ETV Bharat / bharat

ନାମିବ୍ୟାରୁ ଭାରତ ଆସିଲେ ୮ ଚିତା

author img

By

Published : Sep 17, 2022, 8:53 AM IST

Updated : Sep 17, 2022, 1:10 PM IST

ଦୀର୍ଘ ୭୦ ବର୍ଷର ଅପେକ୍ଷାର ଅନ୍ତ । ନାମିବ୍ୟାରୁ ଭାରତରେ ପହଞ୍ଚିଲେ ୮ ଆଫ୍ରିକୀୟ ଚିତା । ଅଧିକ ପଢନ୍ତୁ

ନାମିବ୍ୟାରୁ ଭାରତ ଆସିଲେ ୮ ଚିତା
ନାମିବ୍ୟାରୁ ଭାରତ ଆସିଲେ ୮ ଚିତା

ନୂଆଦିଲ୍ଲୀ: ବର୍ଷ ବର୍ଷ ଅପେକ୍ଷାର ଘଟିଲା ଅନ୍ତ । ଭାରତରେ ପହଞ୍ଚିଲେ ୮ ଆଫ୍ରିକୀୟ ଚିତା । ଆଜି ନାମିବ୍ୟାରୁ ୮ଟି ଚିତାବାଘ ଭାରତ ଆସିଛନ୍ତି(Eight cheetahs from Namibia arrive in India) । ସ୍ବତନ୍ତ୍ର ବିମାନରେ ଆସି ସେମାନେ ମଧ୍ୟପ୍ରଦେଶ ଗ୍ବାଲିୟର ସ୍ଥିତ ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିଛନ୍ତି । ଏଠାରୁ ହେଲିକପ୍ଟର ଯୋଗେ ଚିତାବାଘଙ୍କୁ କୁନୋ ଜାତୀୟ ଉଦ୍ୟାନ( Kuno National Park) ନିଆଯିବ । ଆଜି ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଉଦ୍ୟାନକୁ ଚିତାମାନଙ୍କୁ ସମର୍ପଣ କରିବେ । ଦୀର୍ଘ ୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଚିତାବାଘ ଦେଖିବାକୁ ମିଳିବେ ।

ନାମିବ୍ୟାରୁ ଭାରତ ଆସିଲେ ୮ ଚିତା

ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା(ଭାରତୀୟ ସମୟ)ରେ ନାମିବ୍ୟାର ରାଜଧାନୀରୁ ୮ ଚିତାଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତ ଅଭିମୁଖେ ଉଡାଣ ଭରିଥିଲା । ଶନିବାର ଅର୍ଥାତ ଆଜି ସକାଳ ୬ଟା ସୁଦ୍ଧା ଏହା ଗ୍ବାଲିୟରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ମଧ୍ୟପ୍ରଦେଶ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ବନ୍ୟପ୍ରାଣୀ) ଜେ ଏସ ଚୌହାନ(J S Chauhan) ଜଣାଇଥିଲେ । ଶେଷରେ ଆଜି ସକାଳେ ୮ ଚିତାଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତରେ ପହଞ୍ଚିଛି । ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ(KNP) ଭିତରକୁ ଛାଡିବେ ।

ଏହାମଧ୍ୟ ପଢନ୍ତୁ: ଆଜି କୁନୋ ଜାତୀୟ ଅଭୟାରାଣ୍ୟରେ ଚିତା ଛାଡିବେ ପ୍ରଧାନମନ୍ତ୍ରୀ

୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମିବ୍ୟାରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଚିତା ଛଡାଯିବା ଦ୍ବାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ ।

Last Updated : Sep 17, 2022, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.