ETV Bharat / bharat

ଷଷ୍ଠ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ, ଆସନ୍ତାକାଲି ହାଜର ପାଇଁ ନୋଟିସ - ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ

ED Summons Jharkhand CM: ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତାକାଲି ପଚରାଉଚରା କରିବ ଇଡି । ଆଜି ଷଷ୍ଠ ଥର ପାଇଁ ସମନ ଜାରି କରିଛି ଇଡି । ଅଧିକ ପଢ଼ନ୍ତୁ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
Jharkhand CM Soren
author img

By ETV Bharat Odisha Team

Published : Dec 11, 2023, 10:34 AM IST

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଷଷ୍ଠ ଥର ପାଇଁ ଇଡି ହେମନ୍ତ ସୋରେନଙ୍କୁ ସମନ ଜାରି କରିଛି । ଅର୍ଥ ହେରଫେର ମାମଲା ହେମନ୍ତଙ୍କୁ ପଚରାଉଚାର କରାଯିବ । ଆସନ୍ତାକାଲି(ମଙ୍ଗଳବାର) ଇଡିରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି । ପୂର୍ବରୁ ପାଞ୍ଚ ଥର ସମନ ଜାରି କରାଯାଇଥିଲେ ମଧ୍ୟ ଥରେ ବି ଇଡିରେ ହାଜର ହୋଇନଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ED summons: ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଝଟକା, ଇଡି ବିରୋଧରେ ଆବେଦନ ଖାରଜ

ଜମି ଘୋଟାଲା ମାମଲାରେ ଇଡିରେ ହାଜର ହେବାକୁ ପ୍ରଥମେ ଅଗଷ୍ଟ 8 ତାରିଖରେ ହେମନ୍ତଙ୍କୁ ସମନ ଜାରି କରିଥିଲା ଇଡି । ଅଗଷ୍ଟ 14, 24, ସେପ୍ଟେମ୍ବର 9 ଓ 23ରେ ହାଜର ହେବାକୁ କୁହାଯାଇଥିଲା। ପଞ୍ଚମ ଥର ପାଇଁ ଅକ୍ଟୋବର 4 ତାରିଖରେ ହାଜର ହେବାକୁ ସମନ କରାଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ । ଶେଷରେ ଆଜି ଷଷ୍ଠ ଥର ପାଇଁ ଇଡି ତାଙ୍କୁ ସମନ କରିଛି । ଆସନ୍ତାକାଲି ଇଡିରେ ହାଜର ହେବାକୁ ସୋରେନଙ୍କୁ ଜାରି ହୋଇଥିବା ସମନରେ ଉଲ୍ଲେଖ ରହିଛି । ଇଡିର ସମନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟ ଦ୍ୱାରସ୍ଥ ହୋଇଥିଲେ ହେମନ୍ତ । କିନ୍ତୁ ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହାପରେ ଝାଡଖଣ୍ଡ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସୋରେନ ।

ଏହା ମଧ୍ୟ ପଢନ୍ତୁ-Land Scam Case: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୨୪ରେ ହାଜର ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଗତ ଅକ୍ଟୋବର 13 ତାରିଖରେ ଏହାର ଶୁଣାଣି ହାଇକୋର୍ଟରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ। ଶୁଣାଣି ସମୟରେ ହେମନ୍ତଙ୍କ ଆବେଦନକୁ ଅବୈଧ ଘୋଷଣା କରିଥିଲେ କୋର୍ଟ । ହେମନ୍ତ ସୋରେନଙ୍କ ତରଫରୁ ବରିଷ୍ଠ ଓକିଲ କପିଲ ସିବଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ । ଇଡି ମଧ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲା । ଏହା ପରେ ହାଇକୋର୍ଟ ଏହାର ରାୟ ଶୁଣାଇବା ବେଳେ ସିଏମ୍‌ ହେମନ୍ତ ସୋରେନ୍‌ଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.