ETV Bharat / bharat

Land Scam Case: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୨୪ରେ ହାଜର ନିର୍ଦ୍ଦେଶ - ଜମି ଘୋଟାଲା ମାମଲା

ଜମି ଦୁର୍ନୀତି ମାମଲାରେ ଜେରା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା

author img

By

Published : Aug 19, 2023, 12:42 PM IST

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣିଥରେ ଇଡିରୁ ଡାକରା ଆସିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସୋରେନଙ୍କୁ ନୂଆ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟ୍ବିଟ୍ କରି ସୋରେନଙ୍କୁ କଟାକ୍ଷ କରିଛନ୍ତି । ପୂର୍ବରୁ ଜେରା ପାଇଁ ମିଳିଥିବା ନୋଟିସରେ ମୁଖ୍ୟମନ୍ତ୍ରୀ ଇଡିରେ ହାଜର ହୋଇନଥିଲେ ।

ସୂଚନା ମୁତାବକ, ଜମି ଘୋଟାଲା ମାମଲା ସଂକ୍ରାନ୍ତରେ ପଚରାଉଚରା ପାଇଁ ଗତ ୧୪ ତାରିଖରେ ହାଜର ହେବାକୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ କରିଥିଲା । ମାତ୍ର ସୋରେନ ଗୋଟିଏ ଲମ୍ବା ଚଉଡା ଚିଠି ଲେଖି ଇଡି କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ତେଣୁ ପୁନର୍ବାର ଏଜେନ୍ସି ତାଙ୍କୁ ନୂଆ ନୋଟିସ୍ ଜାରି କରିପାରେ ବୋଲି ଅନୁମାନ କରାଯାଉଥିଲା । ଏବେ ସୋରେନଙ୍କୁ ୨୪ ତାରିଖରେ ହାଜର ହେବାକୁ ଡାକରା ଆସିଥିବାର ଖବର ମିଳିଛି ।

  • 24 अगस्त को राजा साहब को @dir_ed ने फिर से…..चाय पर बुलाया है

    — Dr Nishikant Dubey (@nishikant_dubey) August 19, 2023 " class="align-text-top noRightClick twitterSection" data=" ">

ରାଜା ସାହାବଙ୍କୁ ଚା' ପାଇଁ ଡାକରା ଆସିଛି: ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଗୋଟିଏ ଟ୍ବିଟ୍ ଆଜି ବେଶ୍ ଚର୍ଚ୍ଚାରେ ରହିଛି । ସାଂସଦ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ କଟାକ୍ଷ କରି ଲେଖିଛନ୍ତି, ରାଜା ସାବାବଙ୍କୁ ଇଡି ପୁଣିଥରେ ଚା' ପିଇବାକୁ ଡକାଇଛି । ୨୪ ତାରିଖର ଚା' ପାଇଁ ଡାକରା ଆସିଛି । ଏହାପୂର୍ବରୁ ଇଡିର ସମନରେ ମୁଖ୍ୟମନ୍ତ୍ରୀ ହାଜର ହୋଇନଥିଲେ ।

ଏହାମଧ୍ୟ ପଢନ୍ତୁ: Land Scam Case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14ରେ ହେବେ ହାଜର

ଏହାମଧ୍ୟ ପଢନ୍ତୁ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୯ ଘଣ୍ଟା ଜେରା

ଅଗଷ୍ଟ ୧୪ ଦିନ ୧୧ଟାରେ ଇଡିର ରାଞ୍ଚି ଜୋନାଲ ଅଫିସକୁ ଯିବାର ଥିଲା । ହେଲେ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଚିଠି ଲେଖି ପଠାଇ ଦେଇଥିଲେ ଏବଂ କିଛି ସମୟ ମାଗିଥିଲେ । ଶାସକ ଦଳ ଇଡିକୁ ରାଜନୈତିକ ଉପକରଣ ଭାବେ ବ୍ୟବହାର କରୁଛି । ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଇସାରାରେ ଏଜେନ୍ସି କାମ କରୁଥିବା ସୋରେନ ଅଭିଯୋଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ (୨୦୨୨) ନଭେମ୍ବର ୧୮ରେ ବେଆଇନ ଖଣି ମାମଲାରେ ଇଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚରା କରିଥିଲା । ପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.