ETV Bharat / bharat

Illegal Sand Mining Case: ଚନ୍ନିଙ୍କୁ EDର ସମନ - ଚନ୍ନିଙ୍କୁ ଇଡିର ସମନ

ଚରଣଜିତ ସିଂ ଚନ୍ନିଙ୍କ ପିଛା ଛାଡୁନାହିଁ ବିବାଦ । ବାଲି ଚୋରା ଚାଲାଣ ଘଟଣାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପଚରାଉଚରା କରିଛି । ଅଧିକ ପଢନ୍ତୁ

ଚନ୍ନିଙ୍କୁ EDର ସମନ
ଚନ୍ନିଙ୍କୁ EDର ସମନ
author img

By

Published : Apr 14, 2022, 11:57 AM IST

ଚଣ୍ଡିଗଡ: ଚରଣଜିତ ସିଂ ଚନ୍ନିଙ୍କ ପିଛା ଛାଡୁନାହିଁ ବିବାଦ । ଦିନକୁ ଦିନ ଚନ୍ନିଙ୍କ ଅଡୁଆ ବଢିବାରେ ଲାଗିଛି । କିଛି ନା କିଛି କାରଣରୁ ସେ ଖବରକୁ ଆସୁଛନ୍ତି । କେତେବେଳେ ସମ୍ପର୍କୀୟଙ୍କ ବେଆଇନ କାର୍ଯ୍ୟ ପାଇଁ ତ କେତେବେଳେ ନିଜେ କିଛି ଘଟଣା ନେଇ ଚର୍ଚ୍ଚାକୁ ଆସୁଛନ୍ତି । ବାଲି ଚୋରା ଚାଲାଣ ଘଟଣାରେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ।

ସୂଚନାଅନୁସାରେ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂ ହନିଙ୍କ ପରେ ଏବେ ଇଡି ଜାଲରେ ପଡିଛନ୍ତି ଚନ୍ନି । ବାଲି ଚୋରା ଚାଲାଣ କାରବାରରେ ଚନ୍ନିଙ୍କୁ ପଚରାଉଚରା ପାଇଁ ଇଡି ସମନ ଜାରି କରିଛି । କିଛିଦିନ ତଳେ ଚନ୍ନିଙ୍କ ପୁତୁରାକୁ ସମାନ ଘଟଣା ନେଇ ଇଡି ଗିରଫ କରିଥିଲା । ତାଙ୍କ ପାଖରେ କୋଟି କୋଟି ଟଙ୍କା, ସୁନା ଓ ଏଦ ଦାମି ଘଣ୍ଟା ଜବତ ହୋଇଥିଲା । ଭୂପିନ୍ଦରଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ଚାର୍ଜସିଟ ଦାଖଲ କରିଥିଲା । ଏପ୍ରିଲ 6 ତାରିଖରେ କୋର୍ଟ ଭୂପିନ୍ଦରଙ୍କୁ ଜେଲ ପଠାଇଥିଲେ । ଏହି ବାଲି ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ଥିବା ନେଇ ଅନୁମାନ କରି ଚନ୍ନିଙ୍କୁ ଟାର୍ଗେଟ କରିଛି ଇଡି ।

ତେବେ ଏହି ଘଟଣାରେ ଚନ୍ନିଙ୍କ ଲିଙ୍କ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ଏହି କାରବାର କେତେ ଦୂର ଲମ୍ବିଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ପ୍ରକାଶ ଥାଉ କି, ଚଳିତ ବିଧାନସଭା ନିର୍ବାଚନରେ ପଞ୍ଜାବର ଚମକୌର ସାହିବ ଏବଂ ଭଦୌର ସିଟ୍‌ରୁ ଲଢ଼ିଥିଲେ ଚନ୍ନି । ଦୁଇଟି ଆସନରୁ ଗୋଟିଏ ବି ଜିତି ପାରିନାହାନ୍ତି ଚନ୍ନି । ଦୁଇଟି ଯାକ ଆସନରୁ ନିରାଶ ଚରଣଜିତ ଚନ୍ନିଙ୍କୁ ନିରାଶ ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.