ETV Bharat / bharat

ନୱାବ ମଲ୍ଲିକଙ୍କ ଘରେ ରେଡ ମାରିଲା ED, ସରକାରଙ୍କ ଉପରେ ବର୍ଷିଲେ ଶରଦ

author img

By

Published : Mar 23, 2022, 8:27 AM IST

ଏନସିପି ମନ୍ତ୍ରୀ ତଥା ଦଳର ମୁଖପାତ୍ର ନୱାବ ମଲିକଙ୍କ ଘରେ ରେଡ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ନୱାବ ମଲ୍ଲିକଙ୍କ ଘରେ ରେଡ ମାରିଲା ED
ନୱାବ ମଲ୍ଲିକଙ୍କ ଘରେ ରେଡ ମାରିଲା ED

ମୁମ୍ବାଇ: ଆକ୍ସନ ମୁଡରେ ଇଡି । ଏନସିପି ମନ୍ତ୍ରୀ ତଥା ଦଳର ମୁଖପାତ୍ର ନୱାବ ମଲିକଙ୍କ ଘରେ ରେଡ ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ନୱାବଙ୍କୁ ଅଣ୍ଡରୱାର୍ଲ୍ଡ ପଳାତକ ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଏବଂ ମନି ଲଣ୍ଡରିଂ ସମ୍ପର୍କରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ନେଇଥିଲା । ନୱାବ ମଲିକଙ୍କୁ ପଚରାଉଚରା ସଂପର୍କରେ ଇଡି କୌଣସି ବିବୃତ୍ତି ଦେଇନାହିଁ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ନୱାବ ମଲିକଙ୍କୁ ଦାଉଦ ଇବ୍ରାହିମଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗ କରିବା ସହ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।

ଏନସିପି ମନ୍ତ୍ରୀଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ନୱାବ ମଲିକଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟକଳାପରେ ସେ ଆଦୌ ଆଶ୍ଚର୍ଯ୍ୟ ହୋଇ ନାହାଁନ୍ତି। କେନ୍ଦ୍ରୀୟ ଏଜେନ୍ସିର ଏହା ଅପବ୍ୟବହାର ବୋଲି କହିଛନ୍ତି ଶରଦ ପାୱାର ।

ସେ ଆହୁରି କହିଛନ୍ତି, ନୱାବ ମଲିକଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ତାଙ୍କ ତଥା ଦଳର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଜାଣିଶୁଣି କରାଯାଇଥିଲା। ଯେତେବେଳେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ କିଛି ଲୋକ ମୋତେ ଦାଉଦ ଇବ୍ରାହିମ ସହିତ ସଂଯୋଗ କରୁଥିବା ଅଭିଯୋଗ ଆଣିଥିଲେ କିନ୍ତୁ କିଛି ବାହାରକୁ ଆସିଲା ନାହିଁ । କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ କେନ୍ଦ୍ର ସରକାର ମଧ୍ୟ ସମାନ କୌଶଳ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଶରଦ ପାୱାର । ଏହାର ଜବାବରେ ବିଜେପି ନେତା ସୁଧୀର ମୁଙ୍ଗାଟିୱାର କହିଛନ୍ତି ଯଦି ନୱାବ ମଲିକ କିଛି ଭୁଲ କରିନାହାନ୍ତି ତେବେ ମଲିକ ଏବଂ ଏନସିପି ଭୟଭୀତ ହେବା ଉଚିତ୍ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.