ETV Bharat / bharat

ଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା ED - ଜେରା ହେଲେ ଅବଦୁଲ୍ଲା

ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା NC ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା ED । ରାଜ୍ୟ କ୍ରିକେଟ ଆସୋସିଏସନ ଆର୍ଥିକ ଅନିୟମିତତା ମାମଲାରେ ହାଜର ହେବା ପାଇଁ ପାଇଥିଲେ ସମନ । ଅଧିକ ପଢନ୍ତୁ

ଫାରୁକ ଅବଦୁଲ୍ଲାଙ୍କୁ ଜେଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା EDରା କଲା ED
ଫାରୁକ ଅବଦୁଲ୍ଲାଙ୍କୁ ଜେରା କଲା ED
author img

By

Published : May 31, 2022, 3:59 PM IST

ଶ୍ରୀନଗର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଦ୍ବାରା ଜେରା ହେଲେ ସାଂସଦ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଆଜି (ମଙ୍ଗଳବାର) ସେ ଶ୍ରୀନଗରସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏନ (JKCA) ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲା ତଦନ୍ତକାରୀ ସଂସ୍ଥା ।

ତେବେ ଜେରାର ସମ୍ମୁଖୀନ ହେବା ପରେ ଫାରୁକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସେମାନେ ଜାରି ରଖିବେ ଓ ମତେ ହଇରାଣ କରିବା ପାଇଁ ଚେଷ୍ଟା କରିବେ ବୋଲି ଫାରୁକ କହିଛନ୍ତି । ଗତ 27 ତାରିଖରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ପାଇଥିଲେ ଫାରୁକ ।

ଫାରୁକ କ୍ରିକେଟ ଆସୋସିଏନର ମୁଖ୍ୟ ଦାୟିତ୍ବରେ ଥିବା ବେଳେ ତାଙ୍କ ଦ୍ବାରା ଆର୍ଥିକ ଅନିୟମିତତା ହୋଇଥିବା ମାମଲାର ତଦନ୍ତରେ 31 ତାରିଖ ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ହାଜର ହେବା ପାଇଁ ସମନରେ ନିର୍ଦ୍ଦେଶ ଥିଲା । ତେବେ ସମନର ଶେଷ ଦିନରେ ଅର୍ଥାତ ଆଜି ଫାରୁକ ହାଜର ହେବା ସହ ତାଙ୍କ କାର୍ଯ୍ୟକାଳରେ 94.6 କୋଟି ଟଙ୍କାର ଅନିୟମିତତା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହି ମାମଲାରେ ଫାରୁକଙ୍କୁୁ ପୂର୍ବରୁ 2 ଥର ସମନ କରିସାରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.