ETV Bharat / bharat

Money laundering case: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା

author img

By

Published : Jul 18, 2022, 5:23 PM IST

ଗିରଫ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା । ଅନ୍ୟ କିଛି ସମ୍ପର୍କୀୟ ମଧ୍ୟ ସ୍କାନରରେ । ଅଧିକ ପଢନ୍ତୁ

Money laundering case: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା
Money laundering case: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ED ର ଜେରା

ନୂଆଦିଲ୍ଲୀ: ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି (ସୋମବାର) ପୂର୍ବାହ୍ନରେ ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ସତ୍ୟେନ୍ଦ୍ରଙ୍କ ପତ୍ନୀ ପୁନମ ଜୈନ । ସ୍ବାମୀଙ୍କ ଗିରଫଦାରୀର ପ୍ରାୟ 2 ମାସ ପରେ ପତ୍ନୀ ମଧ୍ୟ ଜେରାର ପରିସରକୁ ଆସିଛନ୍ତି । ମେ’ 30 ରେ ସତ୍ୟେନ୍ଦ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ବେଲ ଖାରଜ ହେବା ପରେ ଏବେ ଜେଲରେ ରହିଛନ୍ତି ସତ୍ୟେନ୍ଦ୍ର ଜୈନ ।

ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଜୁଲାଇ ପହିଲାରେ ଗିରଫ କରିଥିଲା । ଜୈନଙ୍କୁ ସହଯୋଗ କରିବା ଅଭିଯୋଗରେ ଅନ୍ୟ କିଛି ସହଯୋଗୀ ଓ ସମ୍ପର୍କୀୟ ମଧ୍ୟ ଇଡି ରାଡାରରେ ଥିବା ସହ ସମନ ମଧ୍ୟ ପାଇଛନ୍ତି । ଜୁନ 6 ତାରିଖରେ ଦିଲ୍ଲୀ ଓ NCR ଅଞ୍ଚଳରେ ଥିବା ଜୈନଙ୍କ ଏକାଧିକ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଥିରେ 2.85 କୋଟି ନଗଦ ଟଙ୍କା, 1.80 କେ.ଜି ଓଜନର 133 ଟି ସୁନା ମୁଦ୍ରା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ଡିଜିଟାଲ ପ୍ରମାଣ ମଧ୍ୟ ଜବତ କରାଯାଇଥିଲା ।

ତେବେ ପୂର୍ବରୁ ଏକାଧିକ ସମ୍ପର୍କୀୟ ଏହି ମାମଲାରେ ତଦନ୍ତ ପରିସରଭୂକ୍ତ ଥିବା ବେଳେ ଏବେ ଜୈନଙ୍କ ପତ୍ନୀ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ଜୈନଙ୍କ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଆକ୍ରୋଶ ବୋଲି କହିବା ସହ ଜୈନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିସାରିଛନ୍ତି । ଏହାକୁ ନେଇ ବିଜେପି ମଧ୍ୟ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.