ETV Bharat / bharat

ପୁଣେର ୭ ସ୍ଥାନରେ EDର ଚଢାଉ, ଚର୍ଚ୍ଚାରେ ୱାକଫ ବୋର୍ଡ ଜମି ଘୋଟାଲା - ମହାରାଷ୍ଟ୍ର ରାଜନୀତି

ପୁଣେରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୁଣି ଖୋଲିଲା ୱାକଫ ବୋର୍ଡ ଜମି ଆବଣ୍ଚନ ଅନିୟମିତତା ଫାଇଲ । ଅଧିକ ପଢନ୍ତୁ...

ପୁଣେର ୭ ସ୍ଥାନରେ EDର ଏକକାଳୀନ ଚଢାଉ,  ପୁଣିରେ ଚର୍ଚ୍ଚାରେ ୱାକଫ ବୋର୍ଡ ଜମି ଘୋଟାଲା

author img

By

Published : Nov 11, 2021, 5:22 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଓ୍ବାକଫ-ବୋର୍ଡ ଜମି ଆବଣ୍ଟନ ଜାଲିଆତି ଘଟଣାର ତଦନ୍ତ ପାଇଁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଚଢାଉ ସହିତ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲିକ । ନଓ୍ବାବ ତତ୍କାଳୀନ ମହାରାଷ୍ଟ୍ର ସଂଖ୍ୟାଲଘୁ ମନ୍ତ୍ରୀ ଥିବାବେଳେ ଏହି ଜମି ଆବଣ୍ଟନରେ ବ୍ୟାପକ ନିୟମିତତା ସାମ୍ନାକୁ ଆସିଥିଲା ।

ତେବେ ଆଜି ପୁଣି ଇଡିର ଚଢାଉ ପରେ ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ନଓ୍ବାବ ମୁହଁ ଖୋଲିଛନ୍ତି । ନଓ୍ବାବ କହିଛନ୍ତି ବୋର୍ଡର ଜମି ଆବଣ୍ଟନ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କ ନଥିଲା । ତେବେ ED ଯଦି ବର୍ତ୍ତମାନ ପୁଣି ତଦନ୍ତ ଆରମ୍ଭ କରିଛି ତେବେ ତାଙ୍କର ଏ ସମ୍ପର୍କରେ କିଛି କହିବାର ନାହିଁ ବୋଲି ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.