ETV Bharat / bharat

'EVMରେ ନାହିଁ କୌଣସି ତ୍ରୁଟି', ଜୟରାମଙ୍କ ଚିଠିକୁ ଖାରଜ କଲା ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Jan 5, 2024, 8:44 PM IST

Question over EVM: EVM-VVPAT ଉପରେ ପ୍ରଶ୍ନ କରି ଲେଖାଯାଇଥିବା କଂଗ୍ରେସ ନେତା ଜୟରାମଙ୍କ ଚିଠି ଖାରଜ କଲେ ନିର୍ବାଚନ ଆୟୋଗ । କହିଲେ ଏନେଇ ପୂର୍ବରୁ ମତ ସ୍ପଷ୍ଟ । ଅଧିକ ପଢନ୍ତୁ

Jairam Ramesh
Jairam Ramesh

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ପୁଣି EVM-VVPATର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ କରିଛି ବିରୋଧୀ 'ଇଣ୍ଡିଆ' ମେଣ୍ଟ । ଇଭିଏମ ଓ ଭିଭିପାଟକୁ ନେଇ ମେଣ୍ଟର କିଛି ପ୍ରଶ୍ନର ସ୍ପଷ୍ଟୀକରଣ ରଖିବାକୁ ଗତ କିଛି ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କୁ ଚିଠି ଲେଖିଥିଲେ । ତେବେ ଆଜି ନିର୍ବାଚନ ଆୟୋଗ ଏହି ଚିଠିକୁ ଖାରଜ କରିବା ସହ ଇଭିଏମରେ କୌଣସି ତ୍ରୁଟି ନାହିଁ, ଏହି ପ୍ରସଙ୍ଗକୁ ନେଇ ଆୟୋଗର ମତ ପୂର୍ବରୁ ସ୍ପଷ୍ଟ ଅଛି ବୋଲି କହିଛନ୍ତି ।

ଜୟରାମ ଇଣ୍ଡିଆ ମେଣ୍ଟ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏହି ଚିଠି ଲେଖିଥିଲେ । ଏଥିରେ EVM-VVPAT ସମ୍ବନ୍ଧରେ ମେଣ୍ଟର ପ୍ରତିନିଧିମଣ୍ଡଳ ସହିତ ଆଲୋଚନା ପାଇଁ ସମୟ ମାଗିଥିଲେ । ତେବେ ଭାରତୀୟ ନିର୍ବାଚନ ଆୟୋଗ ଏହାର ଜବାବ ରଖିବା ସହ ଚିଠିକୁ ଖାରଜ କରିଛନ୍ତି । ଆୟୋଗ କହିଛନ୍ତି ଯେ କଂଗ୍ରେସର ଏହି ନୂଆ ଚିଠିରେ ସେପରି କୌଣସି ନୂଆ କଥା ନାହିଁ । EVM-VVPAT ଉପରେ ଆୟୋଗ ପୂର୍ବରୁ ନିଜର ମତ ସ୍ପଷ୍ଟ ରଖିଛନ୍ତି । ଏଥିରେ କୌଣସି ପ୍ରକାର ତ୍ରୁଟି ନାହିଁ ।

ଏହା ବି ପଢନ୍ତୁ- ECI to SC: '100% VVPAT ଗଣନା ଇଭିଏମ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବ'

ଆୟୋଗ ଏହି ଚିଠିର ଜବାବ ରଖି ଆହୁରି କହିଛନ୍ତି, " ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ ମଧ୍ୟ ଆୟୋଗ ନିଜର ଜବାବ ରଖିଛି । ଇଭିଏମ ଓ ଭିଭିପାଟରେ କୌଣସି ତ୍ରୁଟି କିମ୍ବା ଅନିୟମିତତା ନାହିଁ । ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ଦେଶର ବିଭିନ୍ନ କୋର୍ଟରେ ଏନେଇ ହୋଇଥିବା ମାମଲାର ଏକାଧିକ ଥର ଜବାବ ରଖାଯାଇଛି । ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଯେଉଁ ଆବେଦନ ହୋଇଥିଲା କୋର୍ଟ ତାହାକୁ ଖାରଜ କରିବା ସହ ଆବେଦନକାରୀଙ୍କ ବିରୋଧରେ ୧୦ ହଜାର ଟଙ୍କା ଫାଇନ ମଧ୍ୟ ଲଗାଇଥିଲେ ।"

ସୂଚନା ଥାଉ କି ଇଣ୍ଡିଆ ମେଣ୍ଟ ଗତ ଡିସେମ୍ବର ୧୯ ତାରିଖରେ ହୋଇଥିବା ବୈଠକରେ ଇଭିଏମ-ଭିଭିପାଟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲା । ଏହାପରେ ବରିଷ୍ଠ କଂଗ୍ରେସ ନେତା ଏ ସମ୍ବନ୍ଧରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ । ଏହି ସମ୍ବନ୍ଧରେ ଥିବା ଏକାଧିକ ପ୍ରଶ୍ନର ସ୍ପଷ୍ଟୀକରଣ ଲାଗି ସେ ମେଣ୍ଟର ପ୍ରତିନିଧିମଣ୍ଡଳ ସହିତ ଆଲୋଚନା କରିବା ଲାଗି ସମୟ ମାଗିଥିଲେ । ଇଭିଏମ କାର୍ଯ୍ୟ ପ୍ରଣାଳୀର ଅଖଣ୍ଡତା ଉପରେ ସନ୍ଦେହ ଥିବା ଚିଠିରେ କୁହାଯାଇଥିଲା । ମାତ୍ର ଆୟୋଗ ଏହାକୁ ଖାରଜ କରିଛନ୍ତି ।

ମେଣ୍ଟର ଦାବି କଣ ? :- ବିରୋଧୀ ଇଣ୍ଡିଆ ମେଣ୍ଟର ଦାବି ହେଉଛି ଯେ ନିର୍ବାଚନର ପବିତ୍ରତା ଓ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ମତଗଣନା ବେଳେ ଇଭିଏମ ମେସିନ ସହିତ ସଂଯୋଗ ଥିବା ଭିଭିପାଟରୁ ବାହାରୁଥିବା କାଗଜର ମଧ୍ୟ ଶତ ପ୍ରତିଶତ ଗଣନା ହେବା ଜରୁରୀ । ଏପରିକି ଭିଭିପାଟରୁ ବାହାରୁଥିବା କାଗଜକୁ ମତଦାତାମାନଙ୍କୁ ପ୍ରଦାନ କରାଯିବା ଉଚିତ ଏବଂ ଏହାର ଗଣନା ମଧ୍ୟ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.