ଇମ୍ଫାଲ: ମଣିପୁରରେ ଭୂକମ୍ପ ଝଟକା । ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ସହ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି ।
ଏହାର ଅକ୍ଷାଂଶ ୨୪. ୨୭ ହୋଇଥିବାବେଳେ ଦ୍ରାଘିମା ୯୩.୭୫ ରହିଛି । ସେହିପରି ଗଭୀରତା ୩୯ କିଲୋମିଟର ରହିଥିବା ସୂଚନା ମିଳିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
@ANI