ETV Bharat / bharat

ଆସାମ ତେଜପୁରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨ - ତେଜପୁରରେ ଭୂକମ୍ପ

ଆସାମର ତେଜପୁରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା । କ୍ଷୟକ୍ଷତି ନେଇ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ...

ଆସାମ ତେଜପୁରରେ ଭୂକମ୍ପ ଝଟକା
ଆସାମ ତେଜପୁରରେ ଭୂକମ୍ପ ଝଟକା
author img

By

Published : Sep 28, 2021, 7:22 AM IST

ଦିସପୁର: ଆସାମରେ ଭୂକମ୍ପ ଝଟକା । ଆସାମର ତେଜପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ରାତି ପ୍ରାୟ ୧୨ଟା ୫୨ ମିନିଟରେ ରିକ୍ଟର ସ୍କେଲରେ ୩.୨ ତୀବ୍ରତାର ଭୂକମ୍ପ ହୋଇଥିବା ଜଣା ପଡିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇଛି ।

୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଜପୁରର ୪୦ କିଲୋମିଟର ପଶ୍ଚିମରେ ଅବସ୍ଥିତ। ଏହାର ଅକ୍ଷାଂଶ ୨୬. ୫୨ ହୋଇଥିବା ବେଳେ ଦ୍ରାଘିମା ୯୨. ୪୧ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ଏହା ପୂର୍ବରୁ ମେ ସାସରେ ତେଜପୁରରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.