ETV Bharat / bharat

Earthquake in Assam: ଆସାମରେ ଭୂକମ୍ପ ଝଟକା - ଭୂକମ୍ପ

ଆସାମର ସୋନିତପୁରରେ ଭୂକମ୍ପ ଝଟକା । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢନ୍ତୁ

Earthquake hits in Assam
Earthquake hits in Assam
author img

By

Published : May 29, 2023, 11:51 AM IST

ଗୌହାଟୀ: ଆସାମରେ ଭୂକମ୍ପ ଝଟକା । ସକାଳୁ ସକାଳୁ ଆସାମର ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସକାଳ 8ଟା 3 ମିନିଟ ସମୟରେ ଆସାମର ସୋନିତପୁରରେ ଭୂକମ୍ପ ହୋଇଛି । ଏହାର ଗଭୀରତା 15 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 26.68 ଏବଂ ଦ୍ରାଘିମା 92.35 ରେକର୍ଡ କରାଯାଇଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ''

ଭୂକମ୍ପ ପରେ ଆସାମବାସୀ ଭୟଭୀତ ହୋଇ ପଡିଛନ୍ତି । କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଚାରି ଆଡେ ଭୟର ବାତାବରଣ ଖେଳିଯାଇଛି । କୌଣସି ଘର ଭୂକମ୍ପରେ ଭାଙ୍ଗିନଥିବା ବେଳେ ସମ୍ପତ୍ତି ହାନି ହୋଇନାହିଁ । ଗତ 2021 ଜୁଲାଇ ମାସରେ ଭୂକମ୍ପରେ ଥରିଥିଲା ଆସାମ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଥିଲା । ଯାହାର କେନ୍ଦ୍ରସ୍ଥଳୀ ଗୋଆଲପୁରରେ ରହିଥିଲା । ସେହି ବର୍ଷ ମେ ମାସରେ ଆସାମର ତେଜପୁର ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.6 ରେକର୍ଡ କରାଯାଇଥିଲା । ଭୂମିକମ୍ପରେ କେହି ମୃତାହତ ହୋଇ ନଥିବାବେଳେ କ୍ଷୟକ୍ଷତି ହୋଇନଥିଲା।

ଏହା ମଧ୍ୟ ପଢନ୍ତୁ-ଲୋୟାଲ୍ଟି ଦ୍ବୀପରେ ବଡ ଧରଣର ଭୂକମ୍ପ, ସୁନାମୀ ଆଲର୍ଟ ଜାରି

ସେହିପରି ଗତ ମାର୍ଚ୍ଚ 24 ତାରିଖରେ ଛତିଶଗଡ ଏବଂ ମଣିପୁରରେ ଭୂକମ୍ପ ହୋଇଥିଲା । ସକାଳ 8ଟା 52 ମିନିଟ ସମୟରେ ମଣିପୁରରେ ଭୂକମ୍ପ ହୋଇଥିବା ବେଳେ 10ଟା 28 ମିନିଟ ସମୟରେ ଛତିଶଗଡରେ ଭୂକମ୍ପ ହୋଇଥିଲା । ଛତିଶଗଡ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ 3.9ତୀବ୍ରତାର ଭୂକମ୍ପ ସଂଗଠିତ ହୋଇଥିଲା । ଏହାର ଗଭୀରତା 51 କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 24.24 ଏବଂ ଦ୍ରାଘିମା 93.86 ରହିଥିଲା ।

ସେହିପରି ଛତିଶଗଡରେ ହୋଇଥିବା ଭୂକମ୍ପର ଗଭୀରତା 10 କିମି ରେକର୍ଡ କରାଯାଇଥିଲା । ଏହାର ଅକ୍ଷାଂଶ 23.08 ଏବଂ ଦ୍ରାଘିମା 83.08 ରେକର୍ଡ କରାଯାଇଥିଲା । ତେବେ ଅମ୍ବିକାପୁରରେ କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ପ୍ରଭାବ ଆଖପାଖ ଅଞ୍ଚଳ ଉପରେ ମଧ୍ୟ ପଡିଥିଲା । କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.