ETV Bharat / bharat

ଅରୁଣାଚଳ ପ୍ରଦେଶରେ ୪.୯ ତୀବ୍ରତାର ଭୂକମ୍ପ ଝଟକା - ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ(Earthquake Hits In Arunachal Pradesh) । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ୪.୯ ତୀବ୍ରତାର ଭୂକମ୍ପ ଝଟକା

author img

By

Published : Nov 2, 2022, 7:29 AM IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା(Earthquake Hits In Arunachal Pradesh) । ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ କରାଯାଇଛି । ଆଜି ଭୋର ୩.୩୬ ମିନିଟ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ତଓ୍ବଙ୍ଗର ଦକ୍ଷିଣରୁ ୬୧୦ କିଲୋମିଟର ଦୂରରେ ଏହି ଭୂକମ୍ଫ ଅନୁଭୂତ ହୋଇଛି । ଏହାର ଗଭୀରତା ୬୨ କିଲୋମିଟର ରେକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ 33.07 ହୋଇଥିବାବେଳେ ଦ୍ରାଘିମା 91.76 ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପୋକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ, ଥରି ଉଠିଲା ୬ଟି ଜିଲ୍ଲା

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ୮ଟା ୪୩ ମିନିଟ ସମୟରେ ମଧ୍ୟପ୍ରଦେଶ ଜବଲପୁର, ଡିନଡୋରା, ମାଦଲ,ଅନୁପୁର, ଉମାରିଆ ଓ ବାଲଘାଟ ଜିଲ୍ଲାରେ ଭୂକମ୍ପର ଅନୁଭୂତ ହୋଇଥିଲା । ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନେଇ ଭୋପାଳର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଥିଲା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଆଇଏମଡି ଅଧିକାରୀ କହିଥିଲେ । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.