ETV Bharat / bharat

ଆଜିଠୁ ପ୍ରଧାନମନ୍ତ୍ରୀ ପାଇଥିବା ଉପହାରର ହେବ ଇ-ନିଲାମ

author img

By

Published : Sep 17, 2022, 7:02 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi)ଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି । ଯାହା ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)ଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ ଆୟୋଜନ କରୁଛି । ଯାହା ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି, ‘‘୨୦୧୯ରେ ଏହି ଜିନିଷ ଗୁଡିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା । ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ୧୩୪୮ ସାମଗ୍ରୀ ଥିଲା । ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି । ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ନ ଆର୍ଟରେ ଏହି ଉପହାର ଗୁଡିକର ପ୍ରଦର୍ଶନ କରାଯାଇଛି । ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ ।’’

  • Bidding process for the PM mementos E-auction will be completely transparent. And like last year, this year also, the proceeds will go to Namami Gange. I appeal to people to participate in the E-auction. This is a completely voluntary activity.#PMMementosAuction2022 pic.twitter.com/CDuI3UjL5k

    — G Kishan Reddy (@kishanreddybjp) September 16, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ‘‘ନିଲାମରେ ଉପହାର ଗୁଡିକ ମଧ୍ୟରେ ସୂକ୍ଷ୍ମ ଚିତ୍ର, ମୂର୍ତ୍ତି, ହସ୍ତତନ୍ତ ଏବଂ ଲୋକକଳା ଅନ୍ତର୍ଭୁକ୍ତ ରହିଛି । ଏଥିମଧ୍ୟରୁ ଅନେକ ସାମଗ୍ରୀ ପାରମ୍ପାରିକ ଭାବରେ ଉପହାର ଭାବରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଯେପରିକି ପାରମ୍ପାରିକ ଅଙ୍ଗବସ୍ତ୍ର, ଶାଲ, ପଗଡି, ଆନୁଷ୍ଠାନିକ ଖଣ୍ଡା । ଅନ୍ୟାନ୍ୟ ସ୍ମରଣୀୟ ସାମଗ୍ରୀ ମଧ୍ୟରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଏବଂ ବାରାଣାସୀର କାଶୀ-ବିଶ୍ୱନାଥ ମନ୍ଦିରର ପ୍ରତିକୃତି ଏବଂ ମଡେଲ ଅନ୍ତର୍ଭୁକ୍ତ । ଏହାବାଦ କ୍ରୀଡା ସ୍ମରଣୀୟ ସାମଗ୍ରୀର ଏକ ରୋମାଞ୍ଚକର ବିଭାଗ ମଧ୍ୟ ଅଛି ।’’ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜଗୋଷ୍ଠୀ କ୍ରୀଡା ୨୦୨୨, ଡିଫ ଅଲିମ୍ପିକ୍ସ ୨୦୨୨ ଏବଂ ଥୋମାସ କପ ଚାମ୍ପିଅନସିପ ୨୦୨୨ ରେ ଦଳର ଭାରତର ଚମତ୍କାର ପ୍ରଦର୍ଶନ ଆମକୁ ଇତିହାସରେ ସ୍ଥାନ ଏବଂ ପଦକ ଜିତାଇଛି । ନିଲାମରେ ଦଳ ଏବଂ କ୍ରୀଡା ଇଭେଣ୍ଟଣ୍ଟଗୁଡିକର ବିଜେତାମାନଙ୍କ ଦ୍ୱାରା ଉପସ୍ଥାପିତ ସ୍ମରଣୀୟ ସାମଗ୍ରୀ ରହିଛି । ନିଲାମର ଏହି ସଂସ୍କରଣରେ ୨୫ ଟି ନୂତନ କ୍ରୀଡା ସାମଗ୍ରୀ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

‘‘କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି କି, ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଦେଶର ଜୀବନରେଖା କୁହାଯାଉଥିବା ଗଙ୍ଗାର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ଲାଗି ପାଇଥିବା ସମସ୍ତ ଉପହାରକୁ ବିନିଯୋଗ ପାଇଁ ନିଲାମ ନିଷ୍ପତ୍ତି ନେଇଛନ୍ତି । ମୁଁ ସମସ୍ତଙ୍କୁ ନିଲାମରେ ଉଦାର ଭାବରେ ଅଂଶଗ୍ରହଣ କରିବାକୁ ଏବଂ ବଡ ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି ।”

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ‘‘ଗତ ନିଲାମରେ ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରର ନିଲାମରେ ଭାଗ ନେବାକୁ ମନ୍ତ୍ରୀ ମଧ୍ୟ ଚଳିତ ବର୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି ।’’

ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସ୍ମରଣୀୟ ଉପହାର ଉପରେ ଆଲୋକପାତ କରିବା ସହିତ ନମାମୀ ଗଙ୍ଗେ ପାଇଁ ଇ-ନିଲାମ କିପରି ଏକ ଅଭୂତପୂର୍ବ ସହଯୋଗ ପ୍ରଦାନ କରିବ ତାହା ଦର୍ଶାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.