ETV Bharat / bharat

Presidential Election Result: ଦ୍ୱିତୀୟ ରାଉଣ୍ଡ ଫଳାଫଳରେ ମଧ୍ୟ ଆଗରେ ମୁର୍ମୁ

author img

By

Published : Jul 21, 2022, 5:50 PM IST

ଆସିଲା ଦ୍ବିତୀୟ ପର୍ଯ୍ୟାୟ ଗଣତି ଫଳାଫଳ । ଦ୍ବିତୀୟ ରାଉଣ୍ଡରେ ଆସିଲା 10 ରାଜ୍ୟର ବିଧାନସଭା ଭୋଟ ଫଳାଫଳ । ପୁଣି ବିପୁଳ ବ୍ୟବଧାନରେ ଆଗରେ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President election result: ଦ୍ବିତୀୟ ପର୍ଯ୍ୟାୟ ଫଳାଫଳରେ ମଧ୍ୟ ଆଗରେ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନାର ଭୋଟ ଗଣତି ଜାରି ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟର ଫଳାଫଳ ସାମ୍ନାକୁ ଆସିଛି । 10 ରାଜ୍ୟର ବିଧାନସଭା ସଦସ୍ୟଙ୍କ ଭୋଟ ଗଣତି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ 1,138 ଅର୍ଥାତ 1,49,575 ଭୋଟ ଗଣତି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ 809 ଭୋଟ ପାଇବାରେ ସଫଳ ହୋଇଛନ୍ତି । ଦ୍ରୋପଦୀ ପାଇଥିବା ଭୋଟର ମୂଲ୍ୟ 1,05,299 । ସେହିପରି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଏହି ପର୍ଯ୍ୟାୟରେ ମାତ୍ର 329 ବା 44,276 ମୂଲ୍ୟରେ ଭୋଟରେ ସୀମିତ ରହିଛନ୍ତି ।

  • After 2nd round, where ballot paper of first 10 states alphabetically counted - total valid votes 1138 & their total value 1,49,575. Out of this, Droupadi Murmu gets 809 votes valued at 1,05,299 & Yashwant Sinha gets 329 votes valued at 44,276: PC Mody, Secretary Gen, Rajya Sabha pic.twitter.com/5y1ZPwxWhs

    — ANI (@ANI) July 21, 2022 " class="align-text-top noRightClick twitterSection" data=" ">

ପ୍ରଥମ ପର୍ଯ୍ୟାୟରେ ସିହ୍ନାଙ୍କ ଠାରୁ ଆଗରେ ଥିବା ମୁର୍ମୁ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ପ୍ରଥମ ରାଉଣ୍ଡର ବ୍ୟବଧାନକୁ ପଛରେ ପକାଇ ରେକର୍ଡ କରିଛନ୍ତି । ଏବେ ସୁଦ୍ଧା ଫଳାଫଳ ଧାରାକୁ ଦେଖିଲେ ମୁର୍ମୁ କ୍ରମଶଃ ବିଜୟର ନିକଟବର୍ତ୍ତୀ ହେବାରେ ଲାଗିଛନ୍ତି । ଏବେ ତୃତୀୟ ରାଉଣ୍ଡ ଗଣତି ଆରମ୍ଭ ହୋଇଥିବା ରିଟର୍ଣ୍ଣିଂ ଅଧିକାରୀ ପି.ସି ମୋଦି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.