ETV Bharat / bharat

42 କୋଟି ଟଙ୍କାର ସୁନା-ରୂପା ଜବତ କଲା DRI

author img

By

Published : May 4, 2021, 1:12 PM IST

ରାଜସ୍ବ ବିଭାଗ ନିର୍ଦ୍ଦେଶାଳୟ ରାୟପୁର ଏବଂ ଇନ୍ଦୋର ଦଳ ମିଳିତ ଭାବେ ଚଢାଉ କରି ବିଦେଶକୁ ଚାଲାଣ ହେଉଥିବା 42 କୋଟି ଟଙ୍କାର ସୂନା-ରୂପା ବିସ୍କୁଟ ସହ ସୁନା ରଡ୍ କରିଛି । ଅଧିକ ପଢନ୍ତୁ...

42 କୋଟି ଟଙ୍କାର ସୁନା-ରୂପା  ଜବତ କଲା ଡିଆରଆଇ
42 କୋଟି ଟଙ୍କାର ସୁନା-ରୂପା ଜବତ କଲା ଡିଆରଆଇ

ରାୟପୁର: 42 କୋଟି ଟଙ୍କାର ସୂନା-ରୂପା ବିସ୍କୁଟ ସହ ସୁନା ରଡ୍ ଜବତ । ରାଜସ୍ବ ବିଭାଗ ନିର୍ଦ୍ଦେଶାଳୟ ରାୟପୁର ଏବଂ ଇନ୍ଦୋର ଦଳ ମିଳିତ ଭାବେ ଚଢାଉ କରି ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି । ଗିରଫ 2ଜଣଙ୍କୁ ରାୟପୁରରୁ ଧରିବା ପରେ ଅନୁସନ୍ଧାନକରି ରାଜନନ୍ଦଗାଓଁର ମୋହିନୀ ଜୁଏଲର୍ସ ବିଷୟରେ ସୂଚନା ପାଇଥିଲେ । ପରେ ସେଠାରେ ଚଢାଉ କରି ଛତିଶଗଡରୁ ବିଦେଶକୁ ଚୋରାଚାଲଣ କରାଯାଉଥିବା 42 କୋଟି ଟଙ୍କାର ଚୋରା ସୁନା-ରୂପା ବିସ୍କୁଟ ଓ ଏକ ସୁନା ରଡ୍ ଜବତ କରିଥିଲା ଟିମ୍ ।

ଏହି ଚଢାଉରେ ରାୟପୁରର ଚୋରା ଚାଲାଣକାରୀଙ୍କଠାରୁ ପାଖାପାଖ 18 କିଲୋଗ୍ରାମ ସୁନା, 4545 କିଲୋଗ୍ରାମ ରୂପା ଏବଂ 32 ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ତେବେ ଡିଆରଆଇ ପକ୍ଷରୁ କୁହାଯାଇଛି ଯେ ରାୟପୁରର ଦୁଇ ଜଣ ଲୋକ କୋଲକାତା ଠାରୁ 13 କିଲୋଗ୍ରାମ ସୁନା ଆଣିଥିଲେ । ଗୁପ୍ତଚର ଇନପୁଟ୍ ଆଧାରରେ ସେମାନଙ୍କୁ କାବୁ କରାଯାଇ ଉଭୟଙ୍କ ତଲାସି କରାଯିବାକୁ ତାଙ୍କ ପକେଟରୁ ସେଲୋଟେପରେ ଗୁଡାଇ ହୋଇଥିବା କିଛି ସୁନା ଖଣ୍ଡ ଲୁଚାଇ ରଖିଥିବା ଜଣା ପଡିଥିଲା ।

ଯେତେବେଳେ ଅଧିକାରୀ ଯାଞ୍ଚ କରିଥିଲେ ବିଦେଶୀ ଚିହ୍ନର ସୁନା ବିସ୍କୁଟ ଥିବା ଜାଣିବାକୁ ପାଇଥିଲେ । ପଚରାଉଚରା ବେଳେ ଦୁହେଁ ରାଜାନନ୍ଦଗାଓଁର ମୋହିନୀ ଜୁଏଲର୍ସ ଜସରାଜ ଶାନ୍ତି ଲାଲ ବାଇଡଙ୍କୁ ବିଦେଶରୁ ସୁନା ଚାଲାଣ କରିଥିବା ସ୍ବୀକାର କରିଥିଲେ । ଏହାପରେ ଦଳ ରାଜନନ୍ଦଗାଓଁରେ ପହଞ୍ଚି ସେଠାରେ ଚଢାଉ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.