ETV Bharat / bharat

Karnataka Poll: ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ, କହିଲେ କର୍ଣ୍ଣାଟକବାସୀଙ୍କ ସ୍ବପ୍ନ ମୋର ସ୍ବପ୍ନ

author img

By

Published : May 9, 2023, 11:39 AM IST

ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କର୍ଣ୍ଣାଟକ ନିର୍ବାଚନ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢ଼ନ୍ତୁ

karnataka assembly election
pm modi ahead of karnataka poll

ନୂଆଦିଲ୍ଲୀ: ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଆସନ୍ତାକାଲି (ବୁଧବାର) 224 ଆସନରେ ଭୋଟ ଦେବ କର୍ଣ୍ଣାଟକ । ହାଇଭୋଲଟେଜ ପ୍ରଚାର ରୋଡ ଶୋ' ପରେ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭୋଟରଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦି । ସମସ୍ତ କର୍ଣ୍ଣାଟକବାସୀଙ୍କ ସ୍ବପ୍ନ ମୋ ସ୍ବପ୍ନ, ଶିକ୍ଷା ସ୍ବାସ୍ଥ୍ୟରେ ସମସ୍ତ କ୍ଷେତ୍ରରେ କର୍ଣ୍ଣାଟକକୁ ଏକ ନମ୍ବର ବନାଇବାକୁ ଫୋକସ ରଖିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବିଜେପି ପକ୍ଷରୁ କରାଯାଇଥିବା ଟ୍ବିଟ୍‌କୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...Karnataka Poll: 135ରୁ ଅଧିକ ଆସନ ଜିତିବ ବିଜେପି: ବିଏସ ୟେଦିରୁପ୍ପା

ଦେଶ ଅର୍ଥନୀତିରେ କର୍ଣ୍ଣାଟକର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଶ୍ବ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଶୁବଶୀଘ୍ର ବିଶ୍ବ ଅର୍ଥନୀତିରେ ଭାରତକୁ ତୃତୀୟ ସ୍ଥାନକୁ ଆଣାଯାଇପାରିବ ଯେବେ କର୍ଣ୍ଣାଟକର ଅର୍ଥନୀତିରେ ଦ୍ରୁତ ଗତିରେ ବଢିବ । ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର କର୍ଣ୍ଣାଟକ ଅର୍ଥନୀତିକୁ ଫୋକସ କରିବା ସହ ଭବିଷ୍ୟତବାଦୀ ଆଭିମୁଖ୍ୟରେ ସହାୟକ ହୋଇଛି । କୋରୋନା ସମୟରେ କର୍ଣ୍ଣାଟକ ବିଜେପି ନେତୃତ୍ବରେ 90 ହଜାର କୋଟି ଟଙ୍କା ବିଦେଶୀ ବିନିଯୋଗ ହୋଇଛି । ପୂର୍ବ ସରକାରରେ ରାଜ୍ୟରେ 30 ହଜାର କୋଟି ଟଙ୍କା ଥିଲା । କର୍ଣ୍ଣାଟକ ଯୁବଗୋଷ୍ଠୀଙ୍କ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । କର୍ଣ୍ଣାଟକକୁ ଏକ ନମ୍ବର କରିବା ଆମ ଲକ୍ଷ୍ୟ । ଶିକ୍ଷା, ନିଯୁକ୍ତି , କୃଷି ଏବଂ ଏଣ୍ଟରପ୍ରିନ୍ୟୁରସିପ୍‌ରେ କର୍ଣ୍ଣାକଟକୁ ଏକ ନମ୍ବର କରିବାକୁ ଚାହୁଁ । ଏହି ସ୍ବପ୍ନ ସାକାର ପାଇଁ ସମସ୍ତ ଭୋଟରଙ୍କୁ ଅପିଲ କରୁଛି ମେ 10ରେ ଭୋଟ କରନ୍ତୁ ।"

ଏହା ବି ପଢନ୍ତୁ...Karnataka polls: ବିଜେପି- କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଆୟୋଗ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରତି କର୍ଣ୍ଣାଟକବାସୀଙ୍କ ଅଖିର ସ୍ବପ୍ନ ମୋର ସ୍ବପ୍ନ । କର୍ଣ୍ଣାଟକର ସାଂସ୍କୃତିକ ସାମର୍ଥ୍ୟ ଦେଶ ସହ ମୋ ପାଇଁ ସର୍ବଦା ପୂଜନୀୟ । କର୍ଣ୍ଣାଟକକୁ ଆଗକୁ ଆଧୁନିକରଣ ଦିଗକୁ ନେବା ବିଜେପି ସରକାର ଦାୟିତ୍ବ । ରାଜ୍ୟର ସମସ୍ତ ସହରରେ ଭିତ୍ତିଭୂମି ସୁଧାରିବାକୁ, ଟ୍ରାନ୍ସଫୋର୍ଟ ବ୍ୟବସ୍ଥା ଆଧୁନିକ କରିବାକୁ ବିଜେପି ସରକାର ନିଷ୍ଠାର ସହ କାମ କରିବ । ସମସ୍ତ କର୍ଣ୍ଣାଟକବାସୀ ଆଖିର ସ୍ବପ୍ନ ମୋର ସ୍ବପ୍ନ । ତୁମର ସଂକଳ୍ପ ମୋର ସଂରଳ୍ପ । ଏକାଠି ହୋଇ କୌଣସି ଲକ୍ଷ୍ୟ ଧାର୍ଯ୍ୟ କଲେ ଦୁନିଆର କୌଣସି ଶକ୍ତି ଲକ୍ଷ୍ୟପ୍ରାପ୍ତିରୁ ରୋକି ପାରିବ ନାହିଁ । କର୍ଣ୍ଣାଟକକୁ ଦେଶର ନମ୍ବର ୱାନ ରାଜ୍ୟ ବନାଇବାକୁ ସମସ୍ତଙ୍କ ସହଯୋଗ ଓ ଆର୍ଶୀବାଦ ମାଗୁଛି । କର୍ଣ୍ଣାଟକ ଏକ ନମ୍ବର କରିବାକୁ ରାଜ୍ୟର ଉଜ୍ବଳ ଭବିଷ୍ୟତ ପାଇଁ ଜଣେ କର୍ତ୍ତବ୍ୟନିଷ୍ଠ ନାଗରିକ ହିସାବରେ ମେ 10ରେ ମତଦାନ କରନ୍ତୁ ।"

ପ୍ରକାଶ ଥାଉ କି, ଗତକାଲି(ବୁଧବାର) 224 ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମୋଟ 5 କୋଟି 21 ଲକ୍ଷ 73 ହଜାର 579 ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.