ETV Bharat / bharat

ଥଣ୍ଡାରେ ଥରୁଛି କାଶ୍ମୀର, ଲଦାଖର ଡ୍ରାସରେ -13.4°C ରେକର୍ଡ - ତୁଷାରପାତ

ଜମ୍ମୁ କାଶ୍ମୀର ଏବଂ ଲଦାଖରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ବେଳେ ଡ୍ରାସ ସହରରେ ମାଇନସ୍ 13.4 ଡିଗ୍ରୀ ସେଲସିୟସ ଥଣ୍ଡା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଥଣ୍ଡାରେ ଥରୁଛି କାଶ୍ମୀର: ଲଦାଖର ଡ୍ରାସ ସହରରେ ମାଇନସ୍ ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ

author img

By

Published : Oct 31, 2021, 12:13 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଗତ ସପ୍ତାହରୁ ଆରମ୍ଭ ହୋଇଯାଇଛି ତୁଷାରପାତ । ପାରଦ ଖସିବା ସହିତ ଜାରି ରହିଛି ଶୀତର ଲହରୀ । ଏହାର ପ୍ରଭାବରେ ଆଜି ଜମ୍ମୁ କାଶ୍ମୀର ଏବଂ ଲଦାଖରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ବେଳେ ଡ୍ରାସ ସହରରେ ମାଇନସ୍ 13.4 ଡିଗ୍ରୀ ସେଲସିୟସ ଥଣ୍ଡା ରେକର୍ଡ କରାଯାଇଛି ।

ଏନେଇ ପାଣିପାଗ ବିଭାଗ ତରଫରୁ ସୂଚନାପ୍ରଦାନ କରି କୁହାଯାଇଛି ଯେ ଜାମ୍ମୁକାଶ୍ମୀର ଓ ଲଦାଖରେ ତାପମାତ୍ରା ହ୍ରାସ ପାଇଛି । ଏହାର ପ୍ରଭାବରେ ଆସନ୍ତା ୨ଦିନ ଥଣ୍ଡାର ପ୍ରଭାବ ଜାରି ରହିବ । ତେବେ ଆଗାମୀ ଦିନରେ ମଧ୍ୟ ଥଣ୍ଡା ଆହୁରି ବୃଦ୍ଧି ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଗତରାତିରେ ଶ୍ରୀନଗରରେ ତାପମାତ୍ରା 2.6 ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପହଲଗାମରେ ମାଇନସ୍ 3.2 ଏବଂ ଗୁଲମର୍ଗ ଶୂନ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଲେହରେ ସମୟରେ ମାଇନସ୍ 5.2 ଓ କାର୍ଗିଲରେ ମାଇନସ୍ 4.4 ଡିଗ୍ରୀ ରେକର୍ଡ କରାଯାଇଛି । ଜାମ୍ମୁରେ 13.1, କାଟ୍ରା 12.6, ବାଟୋଟେ 8.1, ବାନିହଲ୍ 8.0 ଏବଂ ଭଦରୱା 4.3 ରେକର୍ଡ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.