ETV Bharat / bharat

ଯୌତୁକରେ କାର ଦେବା ପାଇଁ ଅସମର୍ଥ ହେବାରୁ ସ୍ତ୍ରୀକୁ ତଲାକ ଦେଲା ସ୍ବାମୀ, ଥାନାରେ ଏତଲା

author img

By

Published : Mar 11, 2023, 10:01 AM IST

ଯୌତୁକ ପାଇଁ ବିବାହର ୫ ବର୍ଷ ପରେ ମଧ୍ୟ ବୋହୂକୁ ନିର୍ଯାତନା ଦେବା ସହ ଘରୁ ବାହାରି ତିନି ତଲାକ ଦେଲା ସ୍ବାମୀ । ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମହିଳା ଆୟୋଗର ଦ୍ବାରସ୍ଥ ହେଲେ ପୀଡିତା । ଅଧିକ ପଢନ୍ତୁ

dowry harassment case
dowry harassment case

ଡେରାଡୁନ: ବାହାଘରରେ ଶାଶୁଘର ଲୋକଙ୍କ ପକ୍ଷରୁ ମଗାଯାଇଥିବା ଯୌତୁକକୁ ପୂରଣ କରିପାରିଲା ନାହିଁ ବୋହୂ । ବାହାଘରର ୫ ବର୍ଷ ପରେ ମାରପିଟ କରି ବୋହୂକୁ ଘରୁ ବାହାର କରିଦେଲେ ଶାଶୁଘରେ ଲୋକେ । ଏହାସହ ସ୍ବାମୀ ତିନି ତଲାକ ମଧ୍ୟ ଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ଉତ୍ତରାଖଣ୍ଡର ହରିଦ୍ବାରରୁ । ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିବା ପରେ ପୋଲିସ ସ୍ବାମୀ ସମେତ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଯୌତୁକ ପାଇଁ ଦେଉଥିଲେ ନିର୍ଯାତନା: କୋଟୱାଲୀ ଅଞ୍ଚଳର ସୁଲତାନପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ବିବାହିତା ମହିଳା ଜଣକ ଅଭିଯୋଗ କରି କରିଛନ୍ତି, "ମୁଁ ୫ ବର୍ଷ ପୂର୍ବେ ହରିଦ୍ବାରର ରାନୀପୁର କୋଟୱାଲୀ ଅଞ୍ଚଳର ଗଡଗାଓଁ ନିବାସୀ ମୋହତରମକୁ ବିବାହ କରିଥିଲେ । ବିବାହରେ ପରିବାର ଲୋକ ନିଜ କ୍ଷମତା ଠାରୁ ଅଧିକ ଯୌତୁକ ଦେଇଥିଲେ, କିନ୍ତୁ ଶାଶୁଘର ଲୋକେ ସେତିକିରେ ସନ୍ତୁଷ୍ଟ ନଥିଲେ ।"

ଏକ ଲକ୍ଷ ଟଙ୍କା ସହ କାର ଡିମାଣ୍ଡ କରୁଥିଲେ: ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ସହ ଏକ କାର ଦେବା ପାଇଁ ଶାଶୁଘର ଲୋକେ ଡିମାଣ୍ଡ କରୁଥିବା ନେଇ ବଧୂ ଅଭିଯୋଗ କରିଛନ୍ତି । ତେବେ ସେ ଦେବା ପାଇଁ ଅସମର୍ଥ ହେବାରୁ ତାଙ୍କୁ ନାନା ନିର୍ଯାତନା ଦେଉଥିବା ସେ କହିଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ପୁଅ ହେବା ପରେ ମଧ୍ୟ ଶାଶୁଘର ଲୋକ କାର ପାଇଁ ମାରପିଟ କରିବା ସହ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

କାର ନପାଇ ତିନି ତଲାକ ଦେଲେ ସ୍ବାମୀ: ପୀଡିତାଙ୍କ ଅଭିଯୋଗ ଅନୁସାରେ, " 2022 ମସିହା ମାର୍ଚ୍ଚ ୨୫ ତାରିଖରେ ସ୍ବାମୀ ମୋହତରମ, ଶାଶୁ ସାବ୍ରିମ, ଶ୍ବଶୁର ୟାକୁବ ଏବଂ ନଣନ୍ଦ ମୋର ରୁମକୁ ଆସି ଯୌତୁକ ପାଇଁ ଝଗଡା କରିଲେ । ମୋତେ ଗାଳି କରିବା ସହ ବାଡେଇ ଘରୁ ବାହାର କରିଦେଲେ । ସେହି ସମୟରେ ସ୍ବାମୀ ମଧ୍ୟ ତିନିଥର ତଲାକ କହି ତିନି ତଲାକ ଦେଇଥିଲେ । "

ସ୍ବାମୀଙ୍କ ସମେତ ଶାଶୁଙ୍କ ବିରୋଧରେ ଏତଲା: ମହିଳାଙ୍କୁ ଘର ବାହାର କରିଦେବା ପରେ ସେ କୌଣସି ପ୍ରକାରେ ନିଜ ବାପଘରେ ପହଞ୍ଚି ସବୁ ବିଷୟ ଜଣାଇଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ସେମାନେ ବାଧ୍ୟ ହୋଇ ମହିଳା କମିଶନର ଦ୍ବାରସ୍ଥ ହୋଇଥିଲେ । ମହିଳା ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଲକ୍ଷ୍ମୀ କୋଟୱାଲୀ ଦାୟିତ୍ବରେ ଥିବା ଅଧିକାରୀ ଅମରଜିତ ସିଂ କହିଛନ୍ତି,"ମହିଳା ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କରାଯାଇଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.