ETV Bharat / bharat

Double Murder: ହସ୍ପିଟାଲରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର, ସନ୍ଦିଗ୍ଧ ସମ୍ପର୍କୀୟ କମ୍ପାଉଣ୍ଡର ଅଟକ

author img

By

Published : Dec 22, 2022, 7:27 PM IST

ଗୁଜୁରାଟ ଅହମ୍ମଦାବାଦ କର୍ଣ୍ଣା ଇଏନଟି ହସ୍ପିଟାଲରେ ମାଆ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ (Double murder in Karna hospital Ahmedabad) । ସନ୍ଦିଗ୍ଧ ସମ୍ପର୍କୀୟ କମ୍ପାଉଣ୍ଡରକୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

Double murder in Ahmedabad
Double murder in Ahmedabad

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦରେ ଡବଲ ମର୍ଡର (Double murder in Karna hospital Ahmedabad) । ବୁଧବାର ଭୁଲାଭାଇ ପାର୍କ ନିକଟସ୍ଥ କର୍ଣ୍ଣା ଇଏନଟି (ENT) ହସ୍ପିଟାଲରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି (Mother daughter found dead in ENT hospital ) । ପୋଲିସ ହସ୍ପିଟାଲର କମ୍ପାଉଣ୍ଡରକୁ ଅଟକ ରଖିବା ସହିତ ହତ୍ୟାକାଣ୍ଡରେ ସେ ଜଡ଼ିତ ଥିବା ସନ୍ଦେହ କରି ପଚରାଉଚରା କରୁଛି । କମ୍ପାଉଣ୍ଡର ଜଣକ ଝିଅର ଶ୍ବଶୁର ଘରର ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

ମୃତ ମାଆ ଝିଅଙ୍କ ନାମ ଯଥାକ୍ରମେ ଚମ୍ପା ଓ ଭାରତୀ ଭଲ୍ଲା ବୋଲି ଜଣାପଡ଼ିଛି । ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ସିଲିଣ୍ଡର ରଖିବା ପାଇଁ କପବୋର୍ଡ ଖୋଲିଥିଲେ ସେତେବେଳେ ଏହି ଡବଲ ମର୍ଡର ସମ୍ପର୍କରେ ଜଣାପଡ଼ିଥିଲା । ପୋଲିସର ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ପରେ ସନ୍ଦେହ କରାଯାଉଛି ଯେ ପ୍ରଥମେ ମାଆ-ଝିଅଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା ଏହାପରେ ସେମାନେ ଜୀବିତ ନା ମୃତ ସେ ନେଇ ସ୍ପଷ୍ଟ ହେବା ଲାଗି ଏହାପରେ ଦୁହିଁଙ୍କ ତଣ୍ଟି ଚିପାଯାଇଥିଲା । ଝିଅ ଭାରତୀ ବିବାହିତ ଥିବାବେଳେ ସେ ନାରୋଲଠାରେ ନିଜ ମାଆଙ୍କ ସହିତ ରହୁଥିଲା । ପ୍ରଥମେ ଭାରତୀଙ୍କ ମୃତଦେହ ମିଳିବା ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।

ଏହା ବି ପଢନ୍ତୁ-Shraddha murder case: ଜାମିନ ଆବେଦନ ଫେରାଇ ନେଲା ଅଫତାବ

ଏହାପରେ ଭାରତୀଙ୍କୁ ଅନ୍ୟ ଜଣେ ମହିଳା (ମାଆ ଚମ୍ପା)ଙ୍କୁ ଦେଖିବାକୁ ପାଇଥିଲା ପୋଲିସ । ଏହାପରେ ସର୍ଚ୍ଚ ଅପରେସନ ବେଳେ ଭାରତୀଙ୍କ ମାଆ ଚମ୍ପାଙ୍କ ମୃତଦେହ ହସ୍ପିଟାଲର ଏକ ରୁମର ବେଡ୍‌ ତଳୁ ଉଦ୍ଧାର କରିଥିଲା ପୋଲିସ । ତଦନ୍ତରୁ ଜଣାପଡ଼ିଛି ଯେ ମୃତ ଭାରତୀଙ୍କ ସମ୍ପର୍କୀୟଙ୍କ ହେଉଛନ୍ତି କମ୍ପାଉଣ୍ଡର । ମନସୁଖ ନାମକ ଜଣେ କମ୍ପାଉଣ୍ଡର ଗତ ୧୫ ବର୍ଷ ଧରି ସେହି ଡାକ୍ତରଖାନାରେ କାର୍ଯ୍ୟ କରିଆସୁଥିଲେ। ଯେତେବେଳେ ଭାରତୀଙ୍କୁ ଏକ କାନ ପରଦାର ଅପରେସନ କରିବାକୁ ପଡିଲା, ସେତେବେଳେ ଉଭୟ ଭାରତୀବେନ ଏବଂ ଚମ୍ପାବେନ କର୍ଣ୍ଣା ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ସହ କଥାବାର୍ତ୍ତା ଚାଲିଥିଲା ।

ଡାକ୍ତର ଅପରେସନ ଲାଗି ୩୦ ହଜାର ଟଙ୍କା ମାଗିଥିଲେ । ଅଧିକ ଅର୍ଥ ଶୁଣି ମାଆ-ଝିଅ ଘରକୁ ଆସିବାକୁ ବାହାରିଥିଲେ । ଏହାର ଫାଇଦା ଉଠଇବାକୁ ଚେଷ୍ଟା କରିଥିଲା ସମ୍ପର୍କୀୟ କମ୍ପାଉଣ୍ଡର । ମାତ୍ର ୫ ହଜାର ଟଙ୍କାରେ ଅପରେସନ କରାଇଦେବା ଲାଗି ବିଶ୍ବାସ ଜନ୍ମାଇଥିଲା । ଏହାପରେ ଉଭୟଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ତେବେ ସମ୍ପର୍କୀୟ କମ୍ପାଉଣ୍ଡର କେଉଁ କାରଣରୁ ଉଭୟଙ୍କ ହତ୍ୟା କରିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.