ETV Bharat / bharat

The Making of Winer: ପୁଣି ଚାଲିଲା Modi Magic ! ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦି କିଭଳି ବନିଲେ ନିର୍ବାଚନ ବିଜୟୀ ନେତା - The Making of Winer

ଗୁଜୁରାଟରେ ଇତିହାସ ରଚିଲା ବିଜେପି (Bjp Historic Victory) । ଦଳ ବମ୍ପର ବିଜୟ ପାଇଲା । କାମ ଦେଲାନାହିଁ ସରକାରୀ ବିରୋଧୀ ହାୱା । ଏହି ଐତିହାସିକ ବିଜୟ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi )ଙ୍କ ପରିଶ୍ରମ, ନିଷ୍ଠା ଓ ନେତୃତ୍ବ ରହିଛି । ମୋଦି ଗତ ୨୨ ବର୍ଷ ଯାତ୍ରାରେ ରାଜ୍ୟରୁ କେନ୍ଦ୍ର ଯାଏଁ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି । ଆଉ ନିଜକୁ ‘ଦ ମେକିଙ୍ଗ ଅଫ୍ ୱିନର’ (The Making of Winer) ସାବ୍ୟସ୍ତ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 8, 2022, 5:32 PM IST

ଗାନ୍ଧୀନଗର/ହାଇଦ୍ରାବାଦ: ଗୁଜୁରାଟରେ ଇତିହାସ ରଚିଲା ବିଜେପି (Bjp Historic Victory) । ଦଳ ବମ୍ପର ବିଜୟ ପାଇଲା । ପୁରା ଗୁଜୁରାଟ ଗେରୁଆମୟ ହୋଇଗଲା । ଦ୍ବାରିକାରୁ ଗୋଧ୍ରା- ସୋମନାଥରୁ ଅମ୍ବାଜୀ ସବୁଠି ଉଡିଛି ଗୈରିକ ପତାକା । କାମ ଦେଇନାହିଁ ସରକାରୀ ବିରୋଧୀ ହାୱା । ସବୁ ଆହ୍ବାନକୁ ଏକା ପ୍ରତିହତ କରି ଦଳକୁ ଏକାକି ପ୍ରଧାନମନ୍ତ୍ରୀ ମୋଦି ବମ୍ପର ବିଜୟ ଭେଟି ଦେଇଛନ୍ତି । ଏହି ଐତିହାସିକ ବିଜୟ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ପରିଶ୍ରମ, ନିଷ୍ଠା ଓ ନେତୃତ୍ବ ରହିଛି । ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି ଓ ମାଇକ୍ରୋ ମ୍ୟାନେଜମେଣ୍ଟ କାରଣରୁ ବିଜେପି ଆଜି ବିଶ୍ବର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି । ମୋଦି ଗତ ୨୨ ବର୍ଷ ଯାତ୍ରାରେ ରାଜ୍ୟରୁ କେନ୍ଦ୍ର ଯାଏଁ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି । ଆଉ ନିଜକୁ ‘ଦ ମେକିଙ୍ଗ ଅଫ୍ ୱିନର’ (The Making of Winer) ସାବ୍ୟସ୍ତ କରିଛନ୍ତି ।

‘ଦ ମେକିଙ୍ଗ ଅଫ୍ ୱିନର’ (The Making of Winer)...

ଟିକଟ ବଣ୍ଟନ...

ଏହାବି ପଢନ୍ତୁ- Historic Result: ଭାଙ୍ଗିଲା ରେକର୍ଡ, ବ୍ରାଣ୍ଡ ମୋଦି ଆଗରେ ସବୁ ଚ୍ୟାଲେଞ୍ଜ ଫୁସ୍

ଗତ ଏକ ଦଶନ୍ଧୀ ମଧ୍ୟରେ ବିଜେପି ନିର୍ବାଚନ ଟିକେଟ ବଣ୍ଟନରେ ବଡ ଧରଣର ପରିବର୍ତ୍ତନ କରିଛି । ମୋଦି ସଂଗଠନ ଓ ସରକାର ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ସୁଯୋଗ ଦେବା ପାଇଁ ଦଳୀୟ ସ୍ତରରେ ବ୍ୟବସ୍ଥା କଲେ । ଯାହା ଦଳର ସାଂଗଠନିକ ଶକ୍ତି ବୃଦ୍ଧି ହେଲା । ଦଳର ମୂଳ କ୍ୟାଡର ବ୍ୟତୀତ, ଭିନ୍ନ ଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦଳରେ ସାମିଲ ପାଇଁ ଯୋଜନା ହେଲା। କ୍ରୀଡା, କଳା, ଲେଖକ, କଳାକାର ସାମାଜିକ କାର୍ଯ୍ୟକର୍ତ୍ତା ଅବସରପ୍ରାପ୍ତ ଅଧିକାରୀ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ବିଜେପି ବିଚାରଧାରା ପ୍ରତି ଆକର୍ଷିତ କରାଗଲା । ଆଉ ଏହି ବର୍ଗର ନେତାଙ୍କୁ ନିର୍ବାଚନ ଲଢିବା ତାଲିକାରେ ରଖାଗଲା । ଦଳରେ ସମସ୍ତ ବର୍ଗର ଲୋକଙ୍କୁ ସାମିଲ ପାଇଁ ଅନ୍ତିମ ଧାଡିରେ ଥିବା ନେତା କିମ୍ବା ସାମାନ୍ୟ ଲୋକଙ୍କୁ ପାର୍ଟି ଟିକେଟ ଦେଲା । ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ମାପଦଣ୍ଡ ସ୍ଥିର କରାଗଲା । ଯେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେମାନଙ୍କ ସମ୍ପର୍କରେ ଦଳ ପକ୍ଷରୁ ଭିନ୍ନ ଭିନ୍ନ ରିସର୍ଚ୍ଚ କରାଗଲା । ଲୋକପ୍ରିୟତା, ସ୍ବଚ୍ଛ ଭାବମୂର୍ତ୍ତୀ, ଶିକ୍ଷିତ ନେତାଙ୍କୁ ଟିକେଟ ଦେବା ପାଇଁ ରଣନୀତି ହେଲା । ବାରମ୍ବାର ନିର୍ବାଚନ ଜିତୁଥିବା ନେତାଙ୍କୁ ଟିକେଟ ଦେବାର ପରମ୍ପରା ପରିବର୍ତ୍ତନ କରାଗଲା ।

ଏହାବି ପଢନ୍ତୁ- BJP Sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ମୋଦି-ଶାହ

ରିସର୍ଚ୍ଚ, ରାଜନୈତିକ ସର୍ଭେ ଆଧାରରେ ଜନତାଙ୍କ ମୁଡ ପରଖିବା

ଦେଶର ରାଜନୈତିକ ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ରାଜନୈତିକ ସର୍ଭେ ଓ ନିର୍ବାଚନ ମାଇକ୍ରୋମ୍ୟାନେଜମେଣ୍ଟ ଆରମ୍ଭ କରିଥିଲେ । ରାଜନୈତିକ ସର୍ଭେ ଆଧାରରେ ଦଳ ଅନୁମାନ କରୁଥିଲେ ଜନତା କଣ ଚାହୁଁଛନ୍ତି । କଣ ତାଙ୍କର ଆଶା ଆଙ୍କାକ୍ଷା ରହିଛି । ଏତତ ବ୍ୟତୀତ ବିଜେପିକୁ ନେଇ ଲୋକଙ୍କ ଚିନ୍ତାଧାରା କଣ? ବିଜେପି ସରକାର ଯୋଜନାରେ ଲୋକେ କେତେ ସନ୍ତୁଷ୍ଟ ? ଏହାରି ଆଧାରରେ ନିର୍ବାଚନ ସଭା, ରଣନୀତି ଆୟୋଜନ ହେଲା । ଏହା ଦ୍ବାରା ବିଜେପି ଠାରୁ ଦୂରେଇ ଯାଉଥିବା ଲୋକଙ୍କୁ ପୁଣି ଥରେ ବିଜେପିକୁ ଫେରାଇ ଆଣିବାର ଯୋଜନା ହେଲା । ରାଲି ରୋଡ ଶୋ କରି ଦଳ ଆକଳନ କଲା କେଉଁ ଅଞ୍ଚଳରେ ଦଳ କେତେ ଶକ୍ତିଶାଳୀ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଥିବା ବେଳେ ମୋଦି ସଂଘକୁ ନେଇ ଲୋକଙ୍କ ମଧ୍ୟରେ କେଉଁ ଭାବନା ରହିଛି ଜାଣିବା ପାଇଁ ଏହି ସବୁ ପ୍ରୟୋଗ କରୁଥିଲେ । ପରବର୍ତ୍ତୀ ସମୟରେ ତାହା ପାର୍ଟିରେ ମଧ୍ୟ ଲାଗୁ କଲେ ।

ଏହାବି ପଢନ୍ତୁ- Rivaba Jadeja: ସ୍ବାମୀଙ୍କ ସମର୍ଥନ ଶବ୍ଦରେ ବର୍ଣ୍ଣନା ସମ୍ଭବ ନୁହେଁ: ରିଭାବା ଜାଡେଜା

ରାଲି ଜରିଆରେ ଜନତାଙ୍କ ସହ ଯୋଡି ହେବା

ବର୍ଷ ୧୯୯୫ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଚଣ୍ଡିଗଡ ବିଜେପି ପ୍ରଭାରୀ (chandigarh Bjp Incharge) ଭାବେ କାମ କରୁଥିଲେ, ଦଳରେ କିଭଳି ଲୋକଙ୍କୁ ଯୋଡିହେବ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ମୋଦିଙ୍କ ମନକୁ ଆସିଥିଲା, ରାଲି ଜରିଆରେ ବିଜେପିର ଆଭିମୁଖ୍ୟକୁ ଆହୁରି ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଯାଇପାରିବ । ଏଥିପାଇଁ ସ୍ବତନ୍ତ୍ର ଯୋଜନା କଲେ । କେନ୍ଦ୍ରୀୟ ନେତାଙ୍କୁ ଆଣି ଛୋଟ ଛୋଟ ରାଲି କଲେ ଚଣ୍ଡିଗଡରେ । ଯାହା ବିଜେପିକୁ ବଡ ଶକ୍ତି ଦେଇଥିଲା । ଚଣ୍ଡିଗଡରେ ବିଜେପି ପରିବର୍ତ୍ତନ ରାଲି କରିଥିଲା । ଏହି ରାଲି ପରେ ବିଜେପିକୁ ନିର୍ବାଚନ ସଫଳତା ମିଳିଥିଲା । ଏହି ଫର୍ମୁଲାକୁ ବିଜେପି ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟକାରୀ କଲା ।

ମୋଦିଙ୍କ ଯାତ୍ରା ପ୍ରୟୋଗ...

ବର୍ଷ ୨୦୦୧ ରେ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପରବର୍ତ୍ତୀ ବର୍ଷ ୨୦୦୨ ରେ ମୋଦିଙ୍କୁ ବିଧାନସଭା ନିର୍ବାଚନ ସମ୍ମୁଖୀନ ହେବାର ଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ରାଜ୍ୟରେ ‘ଗୌରବ ଯାତ୍ରା’ (Gourav Yatra) ଆରମ୍ଭ କରିଥିଲେ । ଏହି ଯାତ୍ରା ରାଜ୍ୟରେ ୩ ହଜାର କିମି ପର୍ଯ୍ୟନ୍ତ ଚାଲିଲା । ଯାତ୍ରା ଜରିଆରେ ମୋଦି ସିଧାସଳଖ ଲୋକଙ୍କ ସହ ଯୋଡି ହେଲେ । ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେଲେ । ଗୌରବ ଯାତ୍ରାକୁ ମଧ୍ୟ ଗୁଜୁରାଟ ଜନତା ଜୋରଦାର ସ୍ବାଗତ କଲେ । ଏହା ପରେ ପରେ ସଦଭାବନା ଯାତ୍ରା ମଧ୍ୟ ଆରମ୍ଭ କଲେ । ଏହି ଯାତ୍ରା ଲୋକଙ୍କ ମଧ୍ୟରେ ପ୍ରଭାବ ପକାଇଲା । ମୋଦିଙ୍କ ଏହି ପ୍ରୟୋଗ ଦଳର ସାଂଗଠନିକ ଶକ୍ତିକୁ ବୃଦ୍ଧି କଲା । ଯାତ୍ରାର ସଫଳତା ନିର୍ବାଚନରେ ମଧ୍ୟ ପ୍ରତିଫଳନ ହେଲା । ୨୦୦୧-୦୨ ରୁ ମୋଦି ଏହି ଯାତ୍ରାର ପ୍ରୟୋଗକୁ ଜାରି ରଖିଲେ । ପରେ ଦଳରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ ପାଇଁ ବର୍ଷ ୨୦୧୨ ରେ ବିବେକାନନ୍ଦ ଯୁବଶକ୍ତି ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ପ୍ରୟୋଗ ବିଜେପି ଆଜି ଯାଏଁ ଭିନ୍ନ ଭିନ୍ନ ରୂପରେ ଜାରି ରଖିଛି ।

ଏହାବି ପଢନ୍ତୁ- HP Election Result Live Update: ବଜାୟ ରହିଲା ପରମ୍ପରା , କଂଗ୍ରେସ ଦଖଲରେ ୪୦ ଆସନ

ଘୋଷଣା ପତ୍ର/ ନିର୍ବାଚନୀ ଇସ୍ତାହାର

ନରେନ୍ଦ୍ର ମୋଦି ପ୍ରତ୍ୟେକ୍ଷ ନିର୍ବାଚନ ଲଢେଇକୁ ଆସିବା ପରଠାରୁ ନିଜର ସ୍ବତନ୍ତ୍ର ଛାପ ଛାଡିବାରେ ସଫଳ ହେଲେ । ଯାହା ତାଙ୍କର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ରାଜନୈତିକ ଜୀବନ ଯାଏଁ ଜାରି ରହିଲା । ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ଦଳ ପକ୍ଷରୁ ଜାରି ହେଉଥିବା ଇସ୍ତାହରକୁ ବେଶ ଗୁରୁତ୍ବ ଦେଲେ । ଯେଉଁ ଯେଉଁ ପ୍ରତିଶୃତି ପୂରଣ କରିହେବ ସେହି ପ୍ରତିଶୃତି ନିର୍ବାଚନ ଇସ୍ତାହାରରେ ରଖିଲେ । ମୋଦି ନିର୍ବାଚନ ଘୋଷଣା ପତ୍ରରେ ସବୁବେଳେ ଦୀର୍ଘମିଆଦି ଓ ବୃହତ ସ୍ବାର୍ଥ ସାଧାନ ପ୍ରସଙ୍ଗକୁ ସ୍ଥାନ ଦେଉଥିଲେ । ୨୦୦୭ ନିର୍ବାଚନରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ବିଜୁଳି ବିଲ ଛାଡ କରିବା ପ୍ରସଙ୍ଗକୁ ମୁଦ୍ଦା କରିଥିଲା । ମୋଦିଙ୍କୁ ମଧ୍ୟ ତାଙ୍କର ପରାମର୍ଶଦାତା ମାନେ ଏହି ପ୍ରସଙ୍ଗକୁ ଇସ୍ତାହାର ସାମିଲ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମୋଦି ଏହାକୁ ଗୁଜୁରାଟୀଙ୍କ ପ୍ରତିଭାର ଅପମାନ ବୋଲି କହିଥିଲେ । ଗୁଜୁରାଟୀଙ୍କୁ ମାଗଣା କି ଛାଡ ନୁହେଁ ସହଯୋଗ ଓ ସମର୍ଥନ ଦରକାର ବୋଲି କହିଥିଲେ । ବିଜୁଳି ବିଲ ଛାଡ ନୁହେଁ ବିଜୁଳି ବ୍ୟବସ୍ଥାର ପୁରା ସ୍ଥାୟୀ ସମାଧାନ ସହ ବିଜୁଳି ବଳକା ରାଜ୍ୟ ଉପରେ ଗୁରୁତ୍ବ ଦେଇଥିଲେ ।

ବୁଥ ମ୍ୟାନେଜମେଣ୍ଟ

ଅଟଳ ବିହାରୀ ବାପଜେୟୀ ଓ ଲାଲକୃଷ୍ଣ ଆଡଭାଣୀଙ୍କ ସମୟରୁ ବିଜେପି ‘ବୁଥ’କୁ ଗୁରୁତ୍ବ ଦେଇଆସୁଥିଲା । ମୋଦି ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ଏହାକୁ ଆହୁରି ବଳ ଯୋଗାଇଥିଲେ । ବର୍ଷ ବର୍ଷ ଧରି ବୁଥ ମ୍ୟାନେଜମେଣ୍ଟକୁ ଅଧିକ କ୍ରିୟାଶୀଳ କରିବାରେ ଲାଗିଲେ । ଯାହା ପରବର୍ତ୍ତୀ ସମୟରେ ସାରା ଦେଶରେ ଦଳ କାର୍ଯ୍ୟକାରୀ କରିଛି । ଚଣ୍ଡିଗଡ ପ୍ରଭାରୀ ଥିବାବେଳେ ମୋଦି ବୁଥକୁ ପ୍ରଭାବଶାଳୀ କରିବା ପାଇଁ ଉଦ୍ୟମ କରିଥିଲେ । ଗୋଟିଏ ବୁଥରେ ଅତିକମରେ ୧୧ ଜଣିଆ ଟିମକୁ ଦାୟିତ୍ବ ଦେଇଥିଲେ । ଯେଉଁମାନେ ସେହି ବୁଥରେ ଥିବା ଭୋଟରଙ୍କ ପାଖକୁ ସିଧା ସଳଖ ବିଜେପିର ବାର୍ତ୍ତା ଓ ଉଦ୍ଦେଶ୍ୟକୁ ପହଞ୍ଚାଇବେ । ମୋଦି ଚଣ୍ଡିଗଡରେ ହିଁ ‘ମୋ ବୁଥ ସବୁଠାରୁ ମଜବୁଥ’ (Mo Booth Sabuthu Majbooth) ପ୍ରୟୋଗ କରିଥିଲେ । ମୋଦିଙ୍କ ରଣନୀତି ଥିଲା ୧୧ ଜଣିଆ ବୁଥ କମିଟିରେ ୨ ଜଣ ମତଦାନ କେନ୍ଦ୍ରରେ ରହିବେ ଜଣେ ରିଲିଭର, ଜଣେ ଆଟେଣ୍ଡାଣ୍ଟ, ଜଣେ ଜଣେ ବାହାର ଟେବୁଲରେ ବସିବେ, ଜଣେ ଭୋଟର ତାଲିକା ଯାଞ୍ଚ କରିବେ, ଅନ୍ୟ ମାନେ ଭୋଟରଙ୍କର ସହ ସମ୍ପର୍କ ରକ୍ଷା କରି ଭୋଟ ଦେବାକୁ ଉତ୍ସାହିତ କରିବେ । ମୋଦିଙ୍କ ଏହି ବୁଥ ମ୍ୟାନେଜମେଣ୍ଟ ପ୍ରୟୋଗକୁ ବିଜେପି ସବୁଠି ଜାରି ରଖିଛି ।

ଏହାବି ପଢନ୍ତୁ- Himachal Result: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

ପନ୍ନା ପ୍ରମୁଖଙ୍କ ନିଯୁକ୍ତି

୨୦୧୪ ପରଠାରୁ ବିଜେପି ସାରା ଦେଶରେ ବୁଥ ସ୍ତରରେ ପନ୍ନା ପ୍ରମୁଖ( ଭୋଟର ଲିଷ୍ଟ ଦାୟିତ୍ବରେ ଥିବା ବ୍ୟକ୍ତି) ଙ୍କୁ ନିଯୁକ୍ତି ଦେଇ ଆସୁଛି । ଏଥିପାଇଁ ବୁଥ ସ୍ତରରେ ମଧ୍ୟ ବଡ ବଡ ନେତା ପନ୍ନା ପ୍ରମୁଖ ରହିଆସୁଛନ୍ତି । ଏହା ଦ୍ବାରା ଅଧିକରୁ ଅଧିକ ପନ୍ନା ପ୍ରମୁଖଙ୍କୁ ଉତ୍ସାହିତ କରିବ ବିଚାର କରିଥାଏ । ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ପରେ ‘ପନ୍ନା ପ୍ରମୁଖ’ ପ୍ରୟୋଗ ଆରମ୍ଭ କରିଥିଲେ । ମୋଦିଙ୍କ ଏହି ପ୍ରୟୋଗର ଉଦ୍ଦେଶ୍ୟ ଥିଲା ‘ପନ୍ନା ପ୍ରମୁଖ ମାଧ୍ୟମରେ ଭୋଟରଙ୍କ ପର୍ଯ୍ୟନ୍ତ ଦଳର ବାର୍ତ୍ତା ଯାଇପାରିବ । ଏହାସହ ସଂଗଠନ ଓ ସରକାର ଉଭୟଙ୍କ ଉଦ୍ଦେଶ୍ୟକୁ ସଠିକ ଭାବରେ ଲୋକଙ୍କୁ ମିଳିପାରବ । ଭୋଟରଙ୍କୁ ଭୋଟ ଦେବାକୁ ପ୍ରେରଣା ମିଳିବ । ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଗୁଜୁରାଟର ଗୋଟିଏ ବୁଥରେ ନିଜେ ପନ୍ନା ପ୍ରମୁଖ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.