ETV Bharat / bharat

ସର୍ବୋଚ୍ଚ ନ୍ୟାୟାଳୟ ତାରିଖ-ପେ-ତାରିଖ କୋର୍ଟରେ ସୀମିତ ନରହୁ: CJI

author img

By ETV Bharat Odisha Team

Published : Nov 4, 2023, 7:07 AM IST

'ସର୍ବୋଚ୍ଚ ନ୍ୟାୟାଳୟ ତାରିଖ-ପେ-ତାରିଖ କୋର୍ଟରେ ସୀମିତ ନରହୁ' ବୋଲି କହି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । ନ୍ୟାୟିକ ପ୍ରକ୍ରିୟା ବିଳମ୍ବ ନକରିବାକୁ ଏବଂ ଅତି ଆବଶ୍ୟକ ନଥିଲେ କୌଣସି ମାମଲାରେ ରହିତାଦେଶ ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ।

ମୁଖ୍ୟ ବିଚାରପତିଙ୍କ କଡ଼ା ଚେତାବନୀ
ମୁଖ୍ୟ ବିଚାରପତିଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: "ଆଉ କୋର୍ଟରେ ଚାଲିବନି ତାରିଖ ପେ ତାରିଖ" ଏମିତି କିଛି କହି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ମାମଲାରେ ରହିତାଦେଶ ଅନୁରୋଧ ନକରିବାକୁ ଓକିଲଙ୍କୁ ଅପିଲ କରିଛନ୍ତି ମୁଖ୍ୟ ବିଚାରପତି । ସେ କହିଛନ୍ତି, ଉଚ୍ଚତମ ନ୍ୟାୟାଳୟ କେବଳ ତାରିଖରେ ସୀମିତ ନରହୁ । କାରଣ ଏହାଦ୍ବାରା କୋର୍ଟଙ୍କ ଉପରେ ଲୋକଙ୍କ ବିଶ୍ବାସ ଓ ଭରସା ତୁଟି ଯାଉଛି । ସୂଚନା ଅନୁସାରେ, ଗତ ୨ ମାସ ମଧ୍ୟରେ ଓକିଲମାନେ ୩ ହଜାର ୬୮୮ଟି ମାମଲାରେ ରହିତାଦେଶ ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି CJI । ନ୍ୟାୟିକ ପ୍ରକ୍ରିୟାକୁ ତାରିଖ-ପେ-ତାରିଖରେ ସୀମିତ ନରଖିବାକୁ ସେ ଚେତାବନୀ ଦେଇଛନ୍ତି ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ବାର ସଦସ୍ୟମାନଙ୍କୁ ଅନୁରୋଧ କରି କହିଛନ୍ତି, "ଯେ ପର୍ଯ୍ୟନ୍ତ ନିହାତି ଆବଶ୍ୟକ ନହୋଇଛି ସେ ପର୍ଯ୍ୟନ୍ତ କୌଣସି ମାମଲାରେ ରହିତାଦେଶ ଦିଆନଯାଉ । କେବଳ ଆବଶ୍ୟକସ୍ଥଳେ ହିଁ ରହିତାଦେଶ ପାଇଁ ଅନୁମତି ଲୋଡିବା ଦରକାର । ନଚେତ କୌଣସି ମାମଲାରେ ରହିତାଦେଶ ଅନୁରୋଧ କରାନଯାଉ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହା ତାରିଖ-ପରେ-ତାରିଖର କୋର୍ଟ ହୋଇପାରିବନି । ଏହା ଆମ ନ୍ୟାୟାଳୟଙ୍କ ଉପରେ ଆସ୍ଥା ଭାଜନ କରୁଥିବା ଜନତାଙ୍କ ବିଶ୍ବାସ ଭାଙ୍ଗୁଛି । ଗତ ୨ ମାସ ମଧ୍ୟରେ ପ୍ରାୟ ୩ ହଜାର ୬୮୮ଟି ମାମଲାର ରହିତାଦେଶ ପାଇଁ ନିବେଦନ କରାଯାଇଛି । ସେପ୍ଟେମ୍ବର 1 ରୁ ନଭେମ୍ବର 3 ପର୍ଯ୍ୟନ୍ତ, ପ୍ରତିଦିନ ହାରାହାରି 59ଟି ମାମଲାକୁ ବିଚାରଧୀନ କରାଯାଇଥିଲା । ହେଲେ ବିଡମ୍ବନାର କଥା, ଏହି ମାମଲା ଗୁଡ଼ିକର ରହିତାଦେଶ ଦିଆଯାଇଛି ।"

ଏହା ବି ପଢନ୍ତୁ...ଜଟିଳ ହୋଇପଡୁଛି ନ୍ୟାୟିକ ବ୍ୟବସ୍ଥା, କଟକରେ ସୁପ୍ରିମକୋର୍ଟଙ୍କ ଭର୍ଟୁଆଲ ଶୁଣାଣି ଦାବି

ଏହା ବି ପଢନ୍ତୁ...ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶା ରୋଲ ମଡେଲ: ପ୍ରଧାନ ବିଚାରପତି

ତେବେ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ଅନେକ ମାମଲା ବିଚାରଧୀନ ରହିଥିବାବେଳେ ଏହାର ସମାଧାନ ହୋଇପାରୁନାହିଁ । କାରଣ ତାରିଖ-ପେ-ତାରିଖ ଗଡି ଚାଲିଛି । ଶୁଣାଣି ପାଇଁ ରହିତାଦେଶ ଅନୁରୋଧ କରୁଛନ୍ତି ଓକିଲ । ଯେଉଁ କାରଣରୁ ତ୍ବରିତ ସମାଧାନ ହେବାରେ ବିଳମ୍ବ ହେଉଛି । ଏସବୁକୁ ନଜରରେ ରଖି ଯଥାଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ମାମଲାର ସମାଧାନ କରାଯିବା ନେଇ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.