ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ରୋହିତ ଶେଟ୍ଟୀ, ସୁଟିଂସେଟରେ ଲାଗିଲା ଆଘାତ

author img

By

Published : Jan 7, 2023, 7:44 PM IST

Updated : Jan 7, 2023, 7:54 PM IST

ସୁଟିଂ ସେଟରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆକ୍ସନ ସିନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ (film director Rohit Shetty injured)। ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଚାଲିଥିଲା ରୋହିତଙ୍କ ପ୍ରଥମ ଓ୍ବେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସର ସୁଟିଂ । ହାତରେ ଆଘାତ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ରୋହିତ ସେଟ୍ଟୀ
ହସ୍ପିଟାଲରେ ଭର୍ତ୍ତି ହେଲେ ରୋହିତ ସେଟ୍ଟୀ

ହାଇଦ୍ରାବାଦ: ବଲିଉଡର ଆକ୍ସନ ସିନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି (film director Rohit Shetty injured)। ସୁଟିଂସେଟରେ ଆକ୍ସନ ସିନ ସୁଟ ବେଳେ ସେ ଆହତ ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହାତରେ ଆଘାତ ଲାଗିଥିବା ସୂଚନା ମିଳିଛି । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ରୋହିତଙ୍କ ନିର୍ଦ୍ଦେଶିତ ପ୍ରଥମ ଓ୍ବେବ ସିରିଜ ‘‘ଇଣ୍ଡିଆନ ପୋଲିସ ଫୋର୍ସ’’ର ସୁଟିଂ ଜାରି ରହିଥିବା ବେଳେ ଏହି ଅଘଟଣ ଘଟିଛି ।

ରାମୋଜୀ ଫିଲ୍ମ ସିଟିରେ ରୋହିତଙ୍କ ପ୍ରଥମ ଓ୍ବେବସରିଜ ଇଣ୍ଡିଆନ ପୋଲିସ ଫୋର୍ସର ସୁଟିଂ ଜାରି ରହିଛି । ଆକ୍ସନ ସିନର ସୁଟିଂ ପାଇଁ ଏକ ବଡ ସେଟ ମଧ୍ୟ ପ୍ରସ୍ତୁତ କରାଯାଇଛି (film director Rohit Shetty injured)। ଏକାଧିକ ଷ୍ଟଣ୍ଟ ଟିମ ରୋହିତଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି । ଏକ କାର ଚେସ ଆକ୍ସନ ସିନ୍‌ର ସୁଟିଂ ଚାଲିଥିବା ବେଳେ ରୋହିତ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହାତର କିଛି ଅଂଶରେ ସର୍ଜରୀ ମଧ୍ୟ ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏକାଧିକ ଆକ୍ସନ ସିନେମା ବଲିଉଡକୁ ଭେଟି ଦେଇଛନ୍ତି ରୋହିତ । ଜଣେ ଆକ୍ସନ ଡିରେକ୍ଟର ଭାବେ ତାଙ୍କର ପରିଚୟ ମଧ୍ୟ ରହିଛି ।

ଗୋଲମାଲ ସିରିଜ୍, ସିଙ୍ଘମ୍ ସିରିଜ୍, ଚେନ୍ନାଇ ଏକ୍ସପ୍ରେସ, ସିମ୍ବା ଏବଂ ସୂର୍ଯ୍ୟବଂଶୀ ଭଳି ଆକ୍ସନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ରୋହିତ ଶେଟ୍ଟୀ ପ୍ରଥମ କରି ଓ୍ବେବ ସିରିଜ ପ୍ଲାଟଫର୍ମରେ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ନିର୍ଦ୍ଦେଶନା ମାଧ୍ୟମରେ ପ୍ରବେଶ କରିଛନ୍ତି । ଏଥିରେ ଶିଳ୍ପା ସେଟ୍ଟୀ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ବିବେକ ଓବରାଏ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ନଜର ଆସିବେ । ଏହି ବହୁଚର୍ଚ୍ଚିତ ସିରିଜ୍ ଆମାଜନ୍ ପ୍ରାଇମ୍ ଭିଡିଓରେ ଦେଖିପାରିବେ ଦର୍ଶକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 7, 2023, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.