ETV Bharat / bharat

Janmashtami 2022, ୨୫ ଲକ୍ଷ ମୂଲ୍ୟର ପାଲିଙ୍କିରେ ଝୁଲିବେ ନନ୍ଦଲାଲା

author img

By

Published : Aug 19, 2022, 5:08 PM IST

Updated : Aug 19, 2022, 7:48 PM IST

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗୁଜୁରାଟ ଭଦୋଦରା ଉତ୍ସବମୁଖର । ସ୍ଥାନୀୟ ଏକ ମନ୍ଦିରରେ ୨୫ ଲକ୍ଷ ମୂଲ୍ୟର ସୁନାରୂପା ପାଲିଙ୍କି ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

Janmashtami 2022, ୨୫ ଲକ୍ଷ ମୂଲ୍ୟର ପାଲିଙ୍କିରେ ଝୁଲିବେ ନନ୍ଦଲାଲା
Janmashtami 2022, ୨୫ ଲକ୍ଷ ମୂଲ୍ୟର ପାଲିଙ୍କିରେ ଝୁଲିବେ ନନ୍ଦଲାଲା

ଗାନ୍ଧୀନଗର: ପବିତ୍ର ଜନ୍ମାଷ୍ଟମୀ ପର୍ବକୁ (Janmashtami 2022) ଆଜି ସାରା ଦେଶରେ କୃଷ୍ଣ ଭକ୍ତ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଗୁଜୁରାଟର ଭଦୋଦରାରେ ଏହି ପର୍ବକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଏକ ମନ୍ଦିରରେ କାହ୍ନାକୁ ଝୁଲେଇବା ଲାଗି ସୁନାରୂପା ପାଲିଙ୍କି (Lord Krishna swing worth Rs 25 lakh ) ନିର୍ମାଣ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ବୋଲି ଜଣାପଡ଼ିଛି ।

ଏହାକୁ ଭକ୍ତଙ୍କ ଦ୍ବାରା ଦାନ କରାଯାଇଥିବା ଅର୍ଥରେ ନିର୍ମାଣ କରାଯାଇଛି । ଏଥିରେ ୨୦୦ ଗ୍ରାମ ସୁନା ଲାଗିଥିବାବେଳେ, ୭ କେଜି ରୂପା ଧାତୁ ଲାଗିଛି । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ପାଲିଙ୍କିରେ ବସାଇ ଝୁଲେଇବା ନୀତିକୁ ଆହୁରି ଆକର୍ଷଣୀୟ କରିବା ଲାଗି ଏପରି ପାଲିଙ୍କିର ବ୍ୟବସ୍ଥା ହୋଇଛି । ଏ ନେଇ ମନ୍ଦିର ପ୍ରଶାସନ କହିଛି, "ଏହି ପାଲିଙ୍କିର ମୂଲ୍ୟ ୨୪ରୁ ୨୫ ଲକ୍ଷ ମଧ୍ୟରେ ହୋଇଥିବାବେଳେ ଭକ୍ତଙ୍କ ଦାନ ଅର୍ଥର ବ୍ୟବହାର ହୋଇଛି ।"

Last Updated : Aug 19, 2022, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.