ETV Bharat / bharat

ପଶ୍ଚିମବଙ୍ଗ ଶିଆଲଦାରେ ଲାଇନଚ୍ୟୁତ ହୋଇ ଦୁଇ ଟ୍ରେନ ମଧ୍ୟରେ ଧକ୍କା: ରେଳସେବା ପ୍ରଭାବିତ

author img

By

Published : Nov 30, 2022, 4:42 PM IST

କୋଲକାତାରେ ଲାଇନଚ୍ୟୁତ ହୋଇ ଦୁଇ ଟ୍ରେନ ମଧ୍ୟରେ ଧକ୍କା (train Derailed in Kolkata)। ଯାତ୍ରୀ ମୃତାହତ ନେଇ ମିଳିନି ସୂଚନା । ରେଳସେବା ପ୍ରଭାବିତ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ଶିଆଲଦାରେ ଲାଇନଚ୍ୟୁତ ହୋଇ ଦୁଇ ଟ୍ରେନ ଧକ୍କା: ରେଳସେବା ପ୍ରଭାବିତ

କୋଲକାତା: ପଶ୍ଚିମବଙ୍ଗ ଶିଆଲଦାରେ ଲାଇନଚ୍ୟୁତ ହୋଇ ଅନ୍ୟ ଏକ ଲୋକାଲ ଟ୍ରେନକୁ ଧକ୍କା ଦେଲା ରାଣାଘାଟ ଲୋକାଲ ଟ୍ରେନ (train Derailed in Kolkata)। ଶିଆଲଦା ସେକସନରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କେହି ଯାତ୍ରୀ ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନି । ଉକ୍ତ ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ରେଳବାଇ ବୈଷୟିକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରେଳ ଧାରଣାରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ଇଣ୍ଟର୍ଣ୍ଣ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଏକଲବ୍ୟ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି, କାହିଁକି ଟ୍ରେନଟି ଲାଇନଚ୍ୟୁତ ହେଲା ତାହା ଅନୁଧ୍ୟାନ ପରେ ଜଣାପଡିବ । ଘଟଣା ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏକ କିମିଟି ଗଠନ କରାଯାଇ ଦୁର୍ଘଟଣାସ୍ଥଳକୁ ପଠାଯାଇଛି, ଅନୁଧ୍ୟାନ ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରଯିବ ।

ସେହିପରି ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହୋଇନାହାନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗିରୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ସୁରକ୍ଷିତ ଥିବା ମଧ୍ୟ ରେଳବାଇ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଖୁବଶୀଘ୍ର ପୁନର୍ଦ୍ଧାର ପରେ ରେଳ ଚଳାଚଳ ସ୍ବାଭାବିକ ହେବ । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.