ETV Bharat / bharat

ସିଏଏ ବିରୋଧୀ ଆନ୍ଦୋଳନକୁ ପୁରିଛି ବର୍ଷେ

author img

By

Published : Dec 15, 2020, 4:43 PM IST

ସିଟିଜନ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ)କୁ ନେଇ ଦିଲ୍ଲୀରେ ଦେଖାଯାଇଥିବା ବିକ୍ଷୋଭକୁ ବର୍ଷେ ପୁରିଛି । ଦିଲ୍ଲୀ ମନେପକାଉଛି ଏହି ଲୋମହର୍ଷଣକାରୀ ଆନ୍ଦୋଳନକୁ । ଅଧିକ ପଢନ୍ତୁ...

demonstration-against-caa-and-nrc-in-shaheen-bagh-completes-1-year
ସିଏଏ ବିରୋଧୀ ଆନ୍ଦୋଳନକୁ ପୁରିଛି ବର୍ଷେ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ତଥା ସିଏଏକୁ ନେଇ ଦିଲ୍ଲୀ ସାହିନ ବାଗରେ ଦେଖାଯାଇଥିବା ବିକ୍ଷୋଭକୁ ପୁରିଛି ବର୍ଷେ । ଏହି ବିଲ୍, ଆଇନରେ ପ୍ରଣୟନ ହେବା ପରେ ପରେ ଦେଶବ୍ୟାପୀ ଦେଖିବାକୁ ମିଳିଥିଲା ଆନ୍ଦୋଳନ । ଆନ୍ଦୋଳନରେ ଏକାଧିକ ପୋଲିସ କର୍ମୀ ତଥା ଆନ୍ଦୋଳନକାରୀଙ୍କ ଯାଇଥିଲା ଜୀବନ । 2019 ଡିସେମ୍ବର 15ରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ କୋରୋନା କାରଣରୁ 2020 ମାର୍ଚ୍ଚ 24ରେ ଥମିଥିଲା ।

ତେବେ ବର୍ଷେ ତଳେ ଦିଲ୍ଲୀକୁ ସଂଯୋଗ କରୁଥିବା ମୁଖ୍ୟପଥ ନୋଏଡା ଏବଂ ଫରିଦାବାଦ ନିକଟରେ ଏହି ବିକ୍ଷୋଭ କାରଣରୁ ଲକ୍ଷାଧିକ ଦିଲ୍ଲୀ ବାସିନ୍ଦା ପ୍ରଭାବିତ ହୋଇଥିଲେ । ଦୀର୍ଘ 100 ଦିନ ଧରି ଚାଲିଥିବା ଏହି ଆନ୍ଦୋଳନର ପ୍ରଭାବରେ ପ୍ରଭାବିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକେ । ସେହିପରି ଦେଶର କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା । ଦିନକୁ ଦିନ ଏହି ବିକ୍ଷୋଭ ଏତେ ତୀବ୍ରହେବାରେ ଲାଗିଲା ଯେ, ଶେଷରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲା । ଏମିତିକି ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ଆଲୋଚନାକାରୀଙ୍କୁ ସୁପ୍ରିମକୋର୍ଟ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅପରପକ୍ଷରେ ଏହି ଆନ୍ଦୋଳନକୁ ମହିଳାମାନଙ୍କ ଆନ୍ଦୋଳନ କୁହାଯାଉଥିଲା । କାରଣ ଆନ୍ଦୋଳରେ ମହିଳାଙ୍କର ଯୋଗଦାନ ମଧ୍ୟ ଅଧିକ ଥିଲା । ତେବେ ସିଟିଜନ ଆମେଣ୍ଡମେଣ୍ଟ ଆକ୍ଟ ତଥା ନାଗରିକ ସଂଶୋଧନ ଆଇନକୁ ପ୍ରତ୍ୟାହର କରିବା ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଥିଲା ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.