ETV Bharat / bharat

ଆଜିବି ଗମ୍ଭୀର ଦିଲ୍ଲୀ ବାୟୁ ପ୍ରଦୂଷଣ

author img

By

Published : Jan 13, 2021, 2:32 PM IST

ଆଜି ବି ଗମ୍ଭୀର ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଗାମୀ ଦୁଇରୁ ତିନି ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଦିଲ୍ଲୀ ବାୟୁ ପ୍ରଦୂଷଣ
ଦିଲ୍ଲୀ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ପ୍ରଦୂଷଣ ସାଙ୍ଗକୁ କୁହୁଡିରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଆଜି ବି ଦିଲ୍ଲୀର ବାୟୁ ପ୍ରଦୂଷଣ ଗୁରୁତର ସ୍ଥିତିରେ ରହିଛି । ଏକ୍ୟୁଆଇ ମାନରେ ବାୟୁ ସୂଚକାଙ୍କ 301 ରେର୍କଡ ହୋଇଛି ।

ସକାଳ 8ଟା ସୁଦ୍ଧା ପାଲାମ ଓ ସଫଦରଜଙ୍ଗରେ ତାପମାତ୍ରା ଯଥାକ୍ରମେ 4.6ଡିଗ୍ରୀ ଓ 3.2 ଡିଗ୍ରୀ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ କୁହୁଡି ପଡିଥିବାରୁ 100 କିଲୋମିଟର ଭିତରେ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଦିଲ୍ଲୀରେ ପରିବେଶ ଅତି ଗୁରୁତର ରହିଛି ବୋଲି କହିଛି ସାଫାର ।

ଦିଲ୍ଲୀ ପରିବେଶର ଏପରି ସ୍ଥିତି କାରଣରୁ ବିମାନ ବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଆଗାମି ଦୁଇରୁ ତିନି ଦିନ ଯାଏଁ ଦିଲ୍ଲୀ, ପଞ୍ଜାବ, ହରିଆଣା,ଚଣ୍ଡିଗଡ ସମେତ ବିଭିନ୍ନ ଅଞ୍ଚଳରେ ଏପରି ସ୍ଥିତି ରହିବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.