ETV Bharat / bharat

ରୋହିଣୀ କୋର୍ଟରେ ଗୁଳିକାଣ୍ଡ ଘଟଣା; ୨ ଅଭିଯୁକ୍ତ ଗିରଫ - ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡ ଘଟଣା

ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡ ଘଟଣା । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ସେଲ ପୋଲିସ । ଅଧିକ ପଢନ୍ତୁ...

ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡ ଘଟଣା ;୨ ଅଭିଯୁକ୍ତ ଗିରଫ

author img

By

Published : Sep 26, 2021, 12:13 PM IST

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଳିକାଣ୍ଡ ଘଟଣା । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ସେଲ ପୋଲିସ । ଗୁଳିକାଣ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଗିରଫଦାରୀ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ରୋହିଣୀ କୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଆଧାର କରି ପୋଲିସ ଦୁଇ ଅଭିଯୁକ୍ତ ଉମଙ୍ଗ ଓ ବିନୟଙ୍କୁ ଗିରଫ କରିଛି।

ପୋଲିସ କହିଛି ,ଯେ ଏହି ଘଟଣା ପଛରେ ମାଣ୍ଡୋଲି ଜେଲରେ 15 ନମ୍ବର ସେଲରେ ଥିବା ସୁନୀଲ ଛଦ୍ମନାମ 'ଟିଲୁ'ର ହାତ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଟିଲୁ ଗ୍ୟାଙ୍ଗର ଚାରିଜଣ ସଦସ୍ୟ ହେଉଛନ୍ତି ଉମାଙ୍ଗ, ବିନୟ, ଜଗଦୀପ ଏବଂ ରାହୁଲ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୋଲିସ ଏନକାଉଣ୍ଟରରେ ଆଖି ବୁଜିଛନ୍ତି । ଗୋଗୀଙ୍କୁ ମାରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଗୋଗୀଙ୍କୁ ଏକ ମାମଲାର ଶୁଣାଣୀ ପାଇଁ ତିହାର ଜେଲରୁ ରୋହିଣୀ କୋର୍ଟକୁ ଅଣାଯାଇଥିଲେ । ୨୦୭ ନମ୍ବର କୋଠରୀରେ ଶୁଣାଣୀ ହେବାକୁ ଥିବାବେଳେ ଆଡିଶନାଲ ସେସନ ଜଜ ଗଗନ ଦୀପ ସିଂ ଉପସ୍ଥିତ ଥିବା ବେଳେ ୫ରୁ ୬ ଜଣ ଓକିଲ ସେଠାରେ ଉପସ୍ଥିତ ରହିଥିଲେ । ସେମାନଙ୍କ ଭିତରେ ୨ ଜଣ ଅଭିଯୁକ୍ତ ଓକିଲ ବେଶରେ ସେଠାରେ ଉପସ୍ଥିତ ରହି ପରେ ଗୋଗୀଙ୍କୁ ଗୁଳି ଚଳାଇଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ମଧ୍ୟ ପରେ ଛଦ୍ମବେଶୀଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଏହି ମାମଲାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.