ETV Bharat / bharat

Moosewala Murder Case: ହତ୍ୟାରେ ସମ୍ପୃକ୍ତ ଦୁଇ ସୁଟର ଗିରଫ

author img

By

Published : Jun 20, 2022, 5:17 PM IST

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ସମ୍ପୃକ୍ତ ଆଉ ଦୁଇ ସୁଟରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । 3 ରାଜ୍ୟର ପୋଲିସ ଜାରି ରହିଛନ୍ତି ତଦନ୍ତ । ଅଧିକ ପଢନ୍ତୁ

Musewala murder case: ହତ୍ୟାରେ ସମ୍ପୃକ୍ତ ଦୁଇ ସୁଟର ଗିରଫ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣାରେ ପୋଲିସ କବ୍ଜାରେ ଆଉ ଦୁଇ ସୁଟର । ଆଜି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ସୁଟରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ । ଉଭୟଙ୍କ ଠାରୁ ଅତ୍ୟାଧୁନିକ ରାଇଫଲ ଓ ବିପୁଳ ଗୁଳିଗୋଳା ଜବତ କରାଯାଇଛି । ପ୍ରାଥମିକ ପଚରାଉଚରାରୁ ଉଭୟ ହତ୍ୟକାଣ୍ଡରେ ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିବା ପୋଲିସ ସ୍ପଷ୍ଟ କରିଛି ।

  • Sidhu Moose Wala murder case | Two main shooters including a module head of shooters arrested, a large number of arms & explosives recovered: Delhi Police Special Cell

    — ANI (@ANI) June 20, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଏହି ଦୁହିଁଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଆଜି ପୂର୍ବ ସୂଚନା ଅନୁସାରେ ଉଭୟଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ବହୁଚର୍ଚ୍ଚିତ ଘଟଣାରେ ବର୍ତ୍ତମାନ ସୁଦ୍ଧା ସୁଟର ଓ ହତ୍ୟାକାଣ୍ଡର ସହଯୋଗୀଙ୍କୁ ନେଇ ଅନେକଙ୍କୁ ଗିରଫ କରାଯାଇ ସାରିଲାଣି ।

ସୁଟରମାନେ ଭିନ୍ନ ଭିନ୍ନ ରାଜ୍ୟରୁ ଆସି ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯିବା ଯୋଗୁ ସେମାନଙ୍କୁ ଧରିବା ପୋଲିସ ପାଇଁ କଷ୍ଟକର ବ୍ୟାପାର ହୋଇଛି । ପଞ୍ଜାବ, ଦିଲ୍ଲୀ ଓ ହରିୟାଣା ତିନି ରାଜ୍ୟର ପୋଲିସ ଏହି ବହୁ ପ୍ରତୀକ୍ଷିତ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ହାତ ଥିବା ସନ୍ଦେହରେ ପଞ୍ଜାବ ପୋଲିସ ତିହାର ଜେଲରେ ଥିବା ଲରେନ୍ସକୁ ଗିରଫ ମଧ୍ୟ କରିଥିଲା । ତେବେ ତଦନ୍ତର କ୍ରମବିକାଶ ଅନୁସାରେ ଗୋଟିଏ ପରେ ଗୋଟିଏ ସୁଟର ପୋଲିସ କବ୍ଜାକୁ ଆସିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.