ETV Bharat / bharat

Engine Glitch: ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ

author img

By

Published : Jun 6, 2023, 8:09 PM IST

ମଝି ଆକାଶରେ ଗୋଟିଏ ଇଞ୍ଜିନ ଫେଲ । ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ । ସୁରକ୍ଷିତ ଜରୁରୀ ଅବତରଣ କରିଥିବା ସୂଚନା । ଅଧିକ ପଢନ୍ତୁ

Engine Glitch: ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ
Engine Glitch: ଋଷକୁ ଡାଇଭର୍ଟ ହେଲା ଦିଲ୍ଲୀ-ସାନ ଫ୍ରାନ୍ସିକୋ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଡାଇଭର୍ଟ ହେଲା ବିମାନ । ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିକୋକୁ ଉଡାଣ ଭରିଥିବା ଏକ ଏୟାର ଇଣ୍ଡିଆ ବମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାକୁ ଋଷକୁ ଡାଇଭର୍ଟ କରାଯାଇଛି । ବିମାନଟି ଋଷର ମଗଦାନ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ମଧ୍ୟ କରିଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ବିମାନରେ 216 ଯାତ୍ରୀ ଓ 16 କ୍ର୍ୟୁ ସଦସ୍ୟ ଥିଲେ । ବିମାନର ବୈଷୟିକ ଯାଞ୍ଚ ଆରମ୍ଭ ହୋଇଛି ।

ଏୟାର ଲାଇନ୍ସ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ଏୟାର ଇଣ୍ଡିଆ ବିମାନ-AI173 16 ଯାତ୍ରୀ ଓ 16 କ୍ର୍ୟୁ ସଦସ୍ୟଙ୍କୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକାର ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଥିଲା । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପାଇଲଟ ଏ ସମ୍ପର୍କରେ ଦିଲ୍ଲୀ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବା ସହ ସୂଚନା ଦେଇଥିଲେ । ବିମାନକୁ ସାନ ଫ୍ରାନ୍ସିକୋ ପରିବର୍ତ୍ତେ ଋଷର ମାଗାଦନ ବିମାନ ବନ୍ଦରକୁ ଡାଇଭର୍ଟ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ପାଇଲଟ ଓ ଦିଲ୍ଲୀ ଏଟିସି ଋଷର ମାଗାଦନ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ।

ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । ଯାନ୍ତ୍ରିକ ତ୍ରୁଟି ଓ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ସମସ୍ତ ଯାତ୍ରୀ ଓ ବିମାନ କ୍ର୍ୟୁ ସଦସ୍ୟ ସୁରକ୍ଷିତ ରହିଛନ୍ତି । ଅବତରଣ ପରେ ସେମାନଙ୍କୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯାଇଛି । ସେମାନଙ୍କୁ ଗନ୍ତବ୍ଯ ସ୍ଥଳ ଅଭିମୁଖେ ଯାତ୍ରା କରାଇବା ପାଇଁ ମଧ୍ୟ ବିମାନ କମ୍ପାନୀ ବିଚାର ବିମର୍ଶ ଜାରି ରଖିଛି ବୋଲି କହିଛି ସଂସ୍ଥା ।

ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ପାଇଁ ବିମାନ ଡାଇଭର୍ଟ ହୋଇଥାଏ । ବିମାନଟି ଉଡୁଥିବା ସ୍ଥାନର ନିକଟତମ ଏୟାରପୋର୍ଟରେ ଏହାକୁ ଅବତରଣ କରିବା ପାଇଁ ପ୍ରୟାସ କରାଯାଇଥାଏ । ଭାରତରେ ଶୀତ ଦିନେ ଘନ କୁହୁଡି ଓ ଲୋ-ଭିଜିବିଲିଟି କାରଣରୁ ଅବତରଣ ସମ୍ଭବ ହୋଇ ପାରୁନଥିବା ସ୍ଥିତିରେ ସର୍ବାଧିକ ବିମାନ ଡାଇଭର୍ଟ ହୋଇଥାଏ । ଶୀତ ଦିନେ ଉତ୍ତର ଭାରତରେ ବିମାନ ସେବା ପ୍ରାୟତଃ ପ୍ରଭାବିତ ହୋଇଥାଏ । ଉଭୟ ବିମାନ ଉଡାଣ ଓ ଅବତରଣ କରିବାରେ ସମସ୍ୟା ଦେଖାଯାଇଥାଏ । ମାତ୍ରାଧିକ ସମୟ ଧରି ପାଗରେ ସୁଧାର ନଆସିବା ଫଳରେ ବିମାନ ଉଡାଣ ସମ୍ପର୍ଣ୍ଣ ବାତିଲ କରାଯାଇଥିବାର ମଧ୍ୟ ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.