ନୂଆଦିଲ୍ଲୀ: ପଞ୍ଜାବର ଗ୍ୟାଙ୍ଗଷ୍ଟାର ଶୁଖ ବିକରିୱାଲ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଶୁଖ ବିକରିୱାଲକୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି । ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ବିକରିୱାଲକୁ ଚଳିତ ମାସରେ ଦୁବାଇରେ ଅଟକ ରଖାଯାଇଥିଲା ।
ଏହାପରେ ଆଜି ସକାଳେ ତାକୁ ଭାରତ ଅଣାଯାଇଥିଲା । ଯେଉଁଠି ସ୍ପେଶାଲ ସେଲ ତାକୁ ଗିରଫ କରିଛି । ଗିରଫ ପରେ ଏବେ ପଞ୍ଜାବର ଟାର୍ଗେଟ କିଲିଂ ଉପରେ ଖୁଲାସା ହେବ ବୋଲି ଆଶା କରାଯାଉଛି ।
ସୂଚନାଥାଉକି, ପୂର୍ବ ସପ୍ତାହରେ ଫେରାର ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରଜିତ ସିଂହ ନିଜ୍ଜରକୁ ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା) ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ଗିରଫ କରିଥିଲା ।
@ANI