ETV Bharat / bharat

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଇରାନ ନାଗରିକଙ୍କୁ ଦିଲ୍ଲୀ ପୋଲିସର ଜେରା

author img

By

Published : Jan 30, 2021, 5:23 PM IST

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଦିଲ୍ଲୀରେ ଥିବା ଇରାନ ନାଗରିକଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ.....

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଇରାନୀ ନାଗରିକଙ୍କୁ ଦିଲ୍ଲୀ ପୋଲିସର ଜେରା

ନୂଆଦିଲ୍ଲୀ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଦିଲ୍ଲୀରେ ଥିବା ଇରାନ ନାଗରିକଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅଧିକାରୀ ମାନେ ଏହି ଜେରା କରୁଥିବା ଜଣାପଡିଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣରେ ଇରାନର ସମ୍ପୃକ୍ତିଥିବା ସନ୍ଦେହ ଘେରକୁ ଆସିଥିଲା ।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ଏପିଜେ ଅବଦୁଲ କଲାମ ରୋଡରେ ହୋଇଥିବା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରୁ ମିଳିଥିବା ଚିଠିରେ ଇରାନର ସମ୍ପୃକ୍ତି ସନ୍ଦେହ ଘେରକୁ ଆସିଛି । ବିସ୍ଫୋରଣ ପରେ ଇସ୍ରାଏଲ ଦୂତାବାସ କର୍ତ୍ତୁପକ୍ଷଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଆସିଥିଲା ।

ଯେଉଁଥିରେ ଏହି ଆକ୍ରମଣକୁ କେବଳ ମାତ୍ର ଏକ ଟ୍ରେଲର ବୋଲି ଦର୍ଶାଯାଇ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଚିଠିରେ ଇରାନ ସେନାର ଜେନେରାଲ ଥିବା କାସିମ ସୁଲେମାନୀଙ୍କ ନାମ ସମେତ ଦୁଇଜଣ ଇରାନ ସହିଦଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଜାନୁଆରୀ 2020ରେ ଡ୍ରୋନ୍ ଷ୍ଟ୍ରାଇକରେ ତାଙ୍କୁ ଆମେରିକାରେ ହତ୍ୟା କରାଯାଇଥିଲା ।

ତେଣୁ ଉକ୍ତ ଘଟଣାରେ ଇରାନର ସମ୍ପୃକ୍ତି ଥିବା ଆଶଙ୍କା ବଢୁଥିବା ଯୋଗୁ ଦିଲ୍ଲୀରେ ଥିବା ଇରାନର ନାରଗିକଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଅପରପକ୍ଷରେ ଉକ୍ତ ଆକ୍ରମଣ ପରେ ଇସ୍ରାଏଲ ଦୂତବାସ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.