ETV Bharat / bharat

Girl Molested In Delhi: ହୋଲି ବାହାନାରେ ଜାପାନୀ ଯୁବତୀଙ୍କୁ ର୍ଦୁବ୍ୟବହାର, ୩ ଗିରଫ

ଦିଲ୍ଲୀରେ ହୋଲି ବାହାନାରେ ମହିଳାଙ୍କୁ ର୍ଦୁବ୍ୟବହାର କରିବା ଘଟଣା । ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Mar 11, 2023, 12:13 PM IST

Girl Molested In Delhi
Girl Molested In Delhi

ନୂଆଦିଲ୍ଲୀ: ହୋଲି ଖେଳ ବାହାନାରେ ଜାପାନୀ ମହିଳାଙ୍କୁ ର୍ଦୁବ୍ୟବହାର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ପୋଲିସ । ଆଜି ଦିଲ୍ଲୀ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ୮ ତାରିଖର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡିପି ଆକ୍ଟ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଏହି ଘଟଣା ପରେ ଯୁବତୀ ଭାରତ ଛାଡିଛନ୍ତି ।

  • A video of a Japanese woman allegedly being harassed by men during Holi celebration had gone viral.

    Cognisance of video taken, no complaint received so far. Email sent to embassy for details of the woman & information on men seen in the video also being collected: Delhi Police

    — ANI (@ANI) March 10, 2023 " class="align-text-top noRightClick twitterSection" data=" ">

ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି, "ଭାଇରାଲ ହୋଇଥିବା ଭିଡିଓଟି ହୋଲି ଦିନର । ଏହି ଘଟଣା ଦିଲ୍ଲୀର ପାହାଡଗଞ୍ଜରୁ ସାମ୍ନାକୁ ଆସିଥିଲା । ପୀଡିତା ଜଣଙ୍କ ଜାପାନୀ ପର୍ଯ୍ୟଟକ ଥିଲେ ଏବଂ ହୋଲିଦିନ ସେ ପାହାଡଗଞ୍ଜରେ ରହିଥିଲେ । ବର୍ତ୍ତମାନ ସେ ବାଂଲାଦେଶ ଚାଲିଯାଇଛନ୍ତି । ତେବେ ଏନେଇ ଯୁବତୀଜଣକ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି । ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । "

ଅଭିଯୁକ୍ତମାନେ ଦୋଷ ସ୍ବୀକାର କରିଛନ୍ତି: ଏହି ଘଟଣାରେ ଜଣେ ନାବାଳକ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ସମସ୍ତ ଅଭିଯୁକ୍ତମାନେ ନିଜ ଦୋଷ ସ୍ବୀକାର କରଛନ୍ତି । ଗିରଫ ହୋଇଥିବା ୩ ଜଣ ପାହାଡଗଞ୍ଜ ଅଞ୍ଚଳର ବୋଲି କହିଛି ଦିଲ୍ଲୀ ପୋଲିସ ।

ଏହା ମଧ୍ୟ ପଢନ୍ତୁ: Shut Down Silicon Valley Bank: ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା, ଚିନ୍ତାରେ ଭାରତୀୟ ନିବେଶକ

ରଙ୍ଗୀନ ହୋଲି ଲୋକଙ୍କ ଜୀବନରେ ଖୁସି ଆଣିଥାଏ । ହୋଲି ଅବସରରେ ପରସ୍ପରକୁ ରଙ୍ଗ ଲଗାଇ ସମସ୍ତେ ଦିନକୁ ସ୍ମରଣୀୟ କରିଥାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ହୋଲି ବାହାନାରେ ମହିଳାଙ୍କୁ ଅସଦାଚରଣ କରିଥାନ୍ତି । ଭାଇରାଲ ହେଉଥିବା ଭିଡିଓରେ ଠିକ ଅନୁରୂପ ଘଟଣା ଘଟିଛି । ଜଣେ ଜାପାନୀ ପର୍ଯ୍ୟଟକ ବୁଲିବା ପାଇଁ ଦିଲ୍ଲୀ ଆସିଥିବା ବେଳେ ହୋଲି ଦିନ କିଛି ଯୁବକ ଜୋରଜବରଦସ୍ତ ହୋଲି ଲଗାଇବା ସହ ମୁଣ୍ଡରେ ଅଣ୍ଡା ଫଟାଇଥିଲେ । ଯୁବତୀଜଣଙ୍କ ମନା କରିବା ସତ୍ତ୍ବେ ର୍ଦୁବ୍ୟବହାର କରିଥିଲେ ।

ଏହି ପ୍ରସଙ୍ଗରେ ସେଣ୍ଟ୍ରାଲ ଡିସିପି କହିଛନ୍ତି, "ଭିଡିଓ ଭାଇରାଲ ହେବା ପରେ ଜାପାନ ଦୂତବାସ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଏଭଳି କୈଣସି ଅଭିଯୋଗ ହୋଇନଥିବା ସେମାନେ କହିଥିଲେ । ଏହାପରେ ଆମେ ଭିଡିଓକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛୁ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।"

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ଜାପାନୀ ପର୍ଯ୍ୟଟକ ଜଣକ ମନା କରିବା ସତ୍ତ୍ବେ ମଧ୍ୟ ୩ ଜଣ ଯୁବକ ହାପି ହୋଲି ବୋଲି ରଙ୍ଗ ବୋଳିବା ସହ ର୍ଦୁବ୍ୟବହାର କରିଛନ୍ତି । ସେହି ସମୟରେ ଜଣେ ଯୁବତୀଙ୍କ ମୁଣ୍ଡରେ ଅଣ୍ଡା ମଧ୍ୟ ଫଟାଇ ଦେଇଛି । ଯୁବତୀଜଣକ ବାଏ, ବାଏ ବୋଲି ଚିତ୍କାର ମଧ୍ୟ କରୁଛନ୍ତି । କିନ୍ତୁ ସେମାନେ ହାପି ହୋଲି ବୋଲି ରଙ୍ଗ ବୋଳିବା ସହ ମୁଣ୍ଡରେ ଫୋମ ସ୍ପ୍ରେ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.