ETV Bharat / bharat

Delhi ordinance row: 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମାମଲା

author img

By

Published : Jul 20, 2023, 4:09 PM IST

Updated : Jul 20, 2023, 4:38 PM IST

ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ଦିଲ୍ଲୀ ଅଧ୍ୟାଦେଶ ମାମଲା । ଆଜିଠାରୁ ଆରମ୍ଭ ହୋଇଥିବା ମୌସୁ୍ମୀ ଅଧିବେଶନରେ ବିଲ୍‌ ଆଣିବେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Delhi ordinance row: ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମାମଲା

ନୂଆଦିଲ୍ଲୀ: ସର୍ବୋଚ୍ଚ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ମାମଲା । ଆଜି ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହୋଇଥିଲା । ପ୍ରଧାନ ବିଚାରପତି କହିଥିଲେ,"ଆମେ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ସ୍ଥାନାନ୍ତର କରୁଛୁ ।" ଆଜି ଶୁଣାଣିରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ସହ ଜଷ୍ଟିସ ପି.ଏସ ନରସିଂହ୍ମା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ରହିଥିଲେ ।

ଚଳିତ ମାସ(ଜୁଲାଇ) 17 ତାରିଖରେ ଏହି ମାମଲାର ପ୍ରଥମ ଶୁଣାଣି କରିଥିଲେ ସର୍ବୋଚ୍ଚ କୋର୍ଟ । ମାମଲାରେ ଅଧିକ ତର୍ଜମାର ଆବଶ୍ୟକତା ଅନୁଭବ କରି କୋର୍ଟ ଏହାକୁ ବୃହତ୍ତର ବା ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ଲାଗି କହିଥିଲେ । କୋର୍ଟ ଅନୁଭବ କରିଥିଲେ, ଦିଲ୍ଲୀ ସରକାରଙ୍କ ଅଧୀନରୁ ପ୍ରଶାସନିକ ସେବା ନିୟନ୍ତ୍ରଣକୁ ପୃଥକ କରିବା ପାଇଁ କେନ୍ଦ୍ର ସରକାର ଧାରା 239-AA ଓ କ୍ଲଜ-7ର କ୍ଷମତା ଉପଯୋଗ କରି ଏହି ସଂଶୋଧିତ ନିଷ୍ପତ୍ତି ଗ୍ରହଣ କରିଛି । ଏଥିପାଇଁ ଏକ ସଂଶୋଧିତ ଅଧ୍ୟାଦେଶ ମଧ୍ୟ ଜାରି କରିଛି କେନ୍ଦ୍ର । ତେଣୁ ଏହି ମାମଲାରେ ସାମ୍ବଧାନିକ ଦିଗ କ’ଣ ରହିଛି, ତାର ତର୍ଜମା ଆବଶ୍ୟକତା । ସର୍ବୋଚ୍ଚ କୋର୍ଟ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯିବାର ଆବଶ୍ୟକତା ଥିବା 17 ତାରିଖ ଶୁଣାଣିରେ କହିବା ପରେ ଆଜି ମାମଲାକୁ ହସ୍ତାନ୍ତର କରାଯାଇଛି । ଖୁବଶୀଘ୍ର 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିବେ ।

ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଦିଲ୍ଲୀରେ ଏକ ନିର୍ବାଚିତ ସରକାର ରହିଛି । ତେଣୁ କେବଳ ଅଧିକୃତ ପ୍ରସଙ୍ଗ ବ୍ୟତୀତ କେନ୍ଦ୍ର ସରକାର ବା ତାଙ୍କ ପ୍ରତିିନିଧି ଉପରାଜ୍ୟପାଳ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଅନୁଚିତ । ତେଣୁ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଦିଲ୍ଲୀର ନିର୍ବାଚିତ ସରକାର କରିବେ ବୋଲି କୋର୍ଟ କହିଥିଲେ । ମାତ୍ର ଏହାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରି ଏହି ପ୍ରକ୍ରିୟା ପାଇଁ ଏକ ପ୍ରାଧିକରଣ ଗଠନ କରିବାର ବ୍ୟବସ୍ଥା କରିଥିଲା । ଏହି ପ୍ରାଧିକରଣରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ରହିବେ । ହେଲେ ଚୂଡ଼ାନ୍ତ କ୍ଷମତା ଦିଲ୍ଲୀ ଉପରାଜ୍ୟପାଳଙ୍କ ପାଖରେ ରହିବା ନେଇ ବ୍ୟବସ୍ଥା ରଖାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-Boost to Opposition Unity: ବିରୋଧୀ ମେଳିର ଦିନକ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସର ବିରୋଧ, ସ୍ବାଗତ କଲା AAP

ଆଜି ଆବେଦନକାରୀ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଙ୍ଘଭୀ ପକ୍ଷ ରଖିଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପକ୍ଷ ରଖିଥିଲେ । ଅନ୍ୟପଟେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । 23 ଦିନର ଏହି ଅଧିବେଶନର ପ୍ରାୟ 31 ବିଲ୍‌ ଆସିବାକୁ ଥିବା ବେଳେ ଏହି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ ମଧ୍ୟ ଆଗତ ହେବ । ଯାହାକୁ କଂଗ୍ରେସ ସମେତ ଏକାଧିକ ବିରୋଧୀ ରାଜନୈତିକ ଦଳ ବିରୋଧ କରିବା ନେଇ ସଙ୍କେତ ଦେବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2023, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.