ETV Bharat / bharat

ଦୀପାବଳି ପରେ ବିଗିଡିଲା ଦିଲ୍ଲୀ ବାୟୁ, ଅଣନିଶ୍ବାସୀ ଲୋକେ - post-Diwali

ଶୀତଋତୁ ଆସିଲେ ଦିଲ୍ଲୀ ପରିବେଶ ଏକ ଚିନ୍ତାଜନକ ବିଷୟ ହୋଇଥାଏ । ଶୀତ ସାଙ୍ଗକୁ ଦୀପାବଳିରେ ବାଣ ଫୁଟା ଦିଲ୍ଲୀ ପରିବେଶକୁ ଆହୁରି ଖରାପ ସ୍ଥିତିରେ ପହଞ୍ଚାଇଛି । କଟକଣାକୁ ଫୁ କରି ନାଲି ଆଖିକୁ ବେଖାତିରି କରି ରାତିସାରା ଫୁଟିଲା ବାଣ । ଅଧିକ ପଢନ୍ତୁ...

ଦୀପାବଳି ପରେ ବିଗିଡିଲା ଦିଲ୍ଲୀ ବାୟୁ
ଦୀପାବଳି ପରେ ବିଗିଡିଲା ଦିଲ୍ଲୀ ବାୟୁ
author img

By

Published : Nov 5, 2021, 9:46 AM IST

ନୂଆଦିଲ୍ଲୀ: ଶୀତଋତୁ ଆସିଲେ ଦିଲ୍ଲୀ ପରିବେଶ ଏକ ଚିନ୍ତାଜନକ ବିଷୟ ହୋଇଥାଏ । ଶୀତ ସାଙ୍ଗକୁ ଦୀପାବଳୀରେ ବାଣ ଫୁଟା ଦିଲ୍ଲୀ ପରିବେଶକୁ ଆହୁରି ଖରାପ ସ୍ଥିତିରେ ପହଞ୍ଚାଇଛି । କଟକଣାକୁ ଫୁ କରି ନାଲି ଆଖିକୁ ବେଖାତିରି କରି ରାତିସାରା ଫୁଟିଲା ବାଣ । ଫଳସୂରୁପ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି । ଏପରିକି ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୁ ।

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଥିଲା । କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିଲା।ଏ ସବୁ କିଛି କାମ ଦେଇନି । ଦୀପାବଳି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲା ଆଖି ବୁଜା ଆତସବାଜି । ଫୁଟିଲା ଭଳିକି ଭଳି ବାଣ । ଏପରିକି ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାରଙ୍କ ରୋକ ସତ୍ତ୍ବେ ଲୋକେ ରାସ୍ତା ଉପରେ ବାଣ ଫୁଟାଇବାକୁ ଲାଗିଲେ। ଏହା ପ୍ରଭାବରେ କାଲି ରାତିରେ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଥିଲା । ଆଜି ସକାଳେ ବି ଆକାଶରେ ଏକ ବହଳ ଆସ୍ତରଣ ଦେଖିବାକୁ ମିଳିଛି । କେବଳ ଦିଲ୍ଲୀ ନୁହେଁ, ଆଖପାଖ ନୋଏଡା ଓ ଗାଜିଆବାଦରେ ବି ସ୍ଥିତି ସମାନ ରହିଛି ।

ହେୟଜ୍ଞାନ ପାଇଁ ଦିଲ୍ଲୀବାସୀ ତଥା ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ଭୋଗିବାକୁ ପଡ଼ୁଛି । ଦିଲ୍ଲୀର ବାୟୁ ବର୍ତ୍ତମାନ ସହରବାସୀଙ୍କୁ ଅଣନିଶ୍ବାସୀ କରିଛି । ପ୍ରଦୂଷଣ ମାତ୍ରା ସବୁ ରେକର୍ଡ ପାର୍‌ କରିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି। ଦିଲ୍ଲୀର ବାୟୂ ପୂର୍ବରୁ ଖରାପ ଶ୍ରେଣୀରେ ଥିବା ବେଳେ ଦୀପାବଳି ପରେ ଏହା ଅତି ଗମ୍ଭୀର ଶ୍ରେଣୀକୁ ପଳାଇଛି । ଫଳରେ ବିଷାକ୍ତ ହୋଇଯାଇଛି ଦିଲ୍ଲୀର ପରିବେଶ । ଚାରିପାଖରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିବାରୁ ପାଖ ଜିନିଷ ବି ଦୃଶ୍ୟମାନ ହେଉ ନାହିଁ।

ଦିଲ୍ଲୀରେ ବାୟୁର ମାନ ଅତି ବିପଦଜନକ ସ୍ଥିତିରେ ପହଞ୍ଚି ଯାଇଛି । ଜନପଥରେ ବାୟୁ ଗୁଣବତ୍ତା (Air Quality Index)ର ସ୍ତର ୬୫୫.୦୭ରେ ପହଞ୍ଚିଯାଇଛି । ଏହା ପ୍ରଭାବରେ ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଗାଜିଆବାଦ ଓ ନୋଏଡାରେ ବି ପରିସ୍ଥିତି ଗମ୍ଭୀର ହୋଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ ତଥା ଲୋକେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଚେତାବନୀ ବି ଦିଆଯାଇଛି ।

ରବିବାର ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ବାୟୁ ଗୁଣବତ୍ତା ଏଜେନ୍ସି ‘ସାଫାର’ ପକ୍ଷରୁ କୁହାଯାଇଛି । ବାୟୁ ଗୁଣବତ୍ତା ‘ଗମ୍ଭୀର’ରୁ ବହୁତ ଖରାପ ଶ୍ରେଣୀକୁ ଆସିପାରେ । ସାଧାରଣତଃ ବାୟୁର ଗୁଣବତ୍ତା ୫୦ ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ। (Air Quality Index) ୫୦ରୁ ୧୦୦ ମଧ୍ୟରେ ଥିଲେ ସନ୍ତୋଷଜନକ, ୧୦୦ରୁ ୨୦୦ ମଧ୍ୟରେ ମଧ୍ୟମ, ୩୦୦ ମଧ୍ୟରେ ଥିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବୋଲି କୁହାଯାଏ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.