ETV Bharat / bharat

Delhi Metro: ଉଠିଲା କଟକଣା, ମେଟ୍ରୋରେ ମଦ ବୋତଲ ନେଇପାରିବେ ଯାତ୍ରୀ

ଏଣିକି ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନରେ ମଦ ବୋତଲ ନେଇ ଯାତ୍ରା କରିପାରିବେ ଯାତ୍ରୀ । ଏନେଇ ଡିଏମଆରସି ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 30, 2023, 5:14 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ । ଏଣିକି ମେଟ୍ରୋରେ ଯାତ୍ରୀମାନେ ମଦ ବୋତଲ ନେଇ ଯାତ୍ରା କରିପାରିବେ । ହେଲେ ଏହା ସିଲ୍‌ ହୋଇଥିବା ଦରକାର । ଜଣେ ଯାତ୍ରୀ ୨ଟି ସିଲ‌୍‌ ହୋଇଥିବା ମଦ ବୋତଲ ନେଇ ମେଟ୍ରୋ ମଧ୍ୟରେ ଯାତ୍ରା କରିପାରିବେ ବୋଲି ଶୁକ୍ରବାର ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି । ହେଲେ ଯଦି କୌଣସି ଯାତ୍ରୀ ମଦ ପିଇ ମେଟ୍ରୋ ମଧ୍ୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଟ୍ରୋ ପକ୍ଷରୁ ଯାତ୍ରୀଙ୍କୁ ସତର୍କ କରାଯାଇଛି ।

ଅନେକ ସମୟରେ ମେଟ୍ରୋ ମଧ୍ୟରେ ଯାତ୍ରୀଙ୍କ ଅଜବ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାକୁ ଆସିଥାଏ ଦିଲ୍ଲୀ ମେଟ୍ରୋ । ଏବେ ମଦ ବୋତଲକୁ ନେଇ ଚର୍ଚ୍ଚାକୁ ଆସିଛି । ପୂର୍ବରୁ ମେଟ୍ରୋରେ ମଦ ବୋତଲ ସହିତ ଯାତ୍ରା କରିବା ବାରଣ ଥିବା ବେଳେ ଏବେ ଏନେଇ ଅନୁମତି ଦିଆଯାଇଛି । ସିଲ୍‌ ହୋଇଥିବା ମଦ ବୋତଲ ସହିତ ଯାତ୍ରା କରିପାରିବେ ଯାତ୍ରୀ । ଏନେଇ ଦିଲ୍ଲୀ ମେଟ୍ରୋର କର୍ପୋରେଟ କମ୍ୟୁନିକେସନର ପ୍ରିନ୍ସିପାଲ ଡାଇରେକ୍ଟର ଅନୁଜ ଦୟାଲ କହିଛନ୍ତି, "ଦିଲ୍ଲୀ ମେଟ୍ରୋରେ କେବଳ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମଦ ବୋତଲ ନେବାକୁ ଅନୁମତି ଦିଆଯାଇଥିଲା । ହେଲେ ଏବେ ମେଟ୍ରୋର ସମସ୍ତ ଲାଇନରେ ମଦ ବୋତଲ ନେଇ ଯାଇପାରିବେ ଯାତ୍ରୀ ।"

ଏହା ବି ପଢନ୍ତୁ- ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ସେ ଆହୁରି କହିଛନ୍ତି ଯେ ଜଣେ ଯାତ୍ରୀ ୨ଟି ମଦ ବୋତଲ ନେଇ ଯାତ୍ରା କରିପାରିବ । ମେଟ୍ରୋରେ ମଦ ବୋତଲ ନେଇ ଯାତ୍ରା କରିବା ପ୍ରସଙ୍ଗରେ CISF ଓ DMRC ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷର ସମ୍ମତି ପରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଏୟାରପୋର୍ଟ ଏକ୍ସପ୍ରେସ୍‌ ଲାଇନରେ ମଦ ବୋତଲ ନେବା ଲାଗି ଅନୁମତି ଦିଆଯାଇଥିଲା । ହେଲେ ଏବେ ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନରେ ଯାତ୍ରୀମାନେ ମଦ ବୋତଲ ନେଇ ଯାତ୍ରା କରିପାରିବେ । ହେଲେ ମେଟ୍ରୋ ମଧ୍ୟରେ ମଦ ପିଇବା କିମ୍ବା ମଦ ପିଇ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଉପରେ କଟକଣା ଲଗାଯାଇଛି ।

ଏହା ବି ପଢନ୍ତୁ- Delhi metro viral video: କୋଚରେ ହେୟାର ଷ୍ଟ୍ରେଟନିଂ କଲେ ଯୁବତୀ, ଏମିତି କହିଲେ ୟୁଜର୍ସ

ମେଟ୍ରୋରେ ଯାତ୍ରା କରିବା ସମୟରେ ସମସ୍ତ ନିୟମ ପାଳନ କରିବା ସହିତ ସହ-ଯାତ୍ରୀଙ୍କୁ ହଇରାଣ ନ କରିବା ଲାଗି ଡିଏମଆରସି ପକ୍ଷରୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି । ଗତ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ଦିଲ୍ଲୀ ମେଟ୍ରୋ । ଯେଉଁଠି ଜଣେ ଯୁବତୀ ମେଟ୍ରୋ ମଧ୍ୟରେ ହେୟାର ଷ୍ଟ୍ରେଟନିଂ କରୁଥିବା ନଜର ଆସିଥିଲେ । ମୋବାଇଲ ଚାର୍ଜ କରିବାକୁ ଥିବା କନେକ୍ସନରେ ଷ୍ଟ୍ରେଟନର ସଂଯୋଗ କରି ଏହାକୁ ବ୍ୟବହାର କରୁଥିଲେ ଯୁବତୀ । ତାଙ୍କ ନିକଟରେ ଥିବା ସହଯାତ୍ରୀମାନେ ତାଙ୍କୁ ଏକ ଅଜବ ଢଙ୍ଗରେ ଦେଖୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ୟୁଜର୍ସ ଯୁବତୀଙ୍କୁ ସମର୍ଥନ କରୁଥିବା ନଜର ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.