ETV Bharat / bharat

ଦିଲ୍ଲୀରେ ଆସନ୍ତାକାଲିଠୁ ଖୋଲିବ ଜିମ୍, ଯୋଗ କେନ୍ଦ୍ର

author img

By

Published : Jun 27, 2021, 7:08 AM IST

ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ ପକ୍ରିୟା । କାଲିଠୁ ଖୋଲିବ ଦିଲ୍ଲୀର ସମସ୍ତ ଜିମ ସହ ଯୋଗ କେନ୍ଦ୍ର । ଅଧିକ ପଢନ୍ତୁ....

Delhi gyms, yoga centres to reopen from Monday, 50 guests allowed in weddings
ଦିଲ୍ଲୀରେ ରବିବାର ଖୋଲିବ ଜିମ, ଯୋଗ କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା । ଆସନ୍ତାକାଲିଠୁ ଖୋଲିବ ଦିଲ୍ଲୀର ସମସ୍ତ ଜିମ ସହ ଯୋଗ କେନ୍ଦ୍ର । 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ଯୋଗ କେନ୍ଦ୍ର । ସେହିପରି 50 ପ୍ରତିଶତ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ଆପ ମୁଖ୍ୟ । ଏନେଇ ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ, ଏହା ଜୁଲାଇ 5 ସକାଳ 5 ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଦ୍ବିତୀୟ ଲହରରେ ରାଜଧାନୀରେ ସଂକ୍ରମଣ ଅଧିକ ବ୍ୟାପିବାରୁ ଏପ୍ରିଲ 19ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜିମ ସେଣ୍ଟର ବନ୍ଦ ହୋଇଯାଇଥିଲା । ମେ ମାସରେ କେବଳ 20 ଜଣଙ୍କୁ ନେଇ ବିବାହ କର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ ସରକାର ।

ତେବେ, ଶନିବାର ଦିଲ୍ଲୀରେ 85 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 9 ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14.33 ଲକ୍ଷରେ ପହଞ୍ଚିଛି । ଏପର୍ଯ୍ୟନ୍ତ 24 ହଜାର 961 ଜଣଙ୍କ ମୁଣ୍ତ ନେଇଛି ଭାଇରସ । ବର୍ତ୍ତମାନ ପଜିଟିଭ ହାର 0.12 ପ୍ରତିଶତ ରହିଛି । ଏ ନେଇ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.