ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଗୋଟିଏ ପଟେ ଦ୍ରୁତ ସଂକ୍ରମଣ ଓ ଅନ୍ୟପଟେ ଅକ୍ସିଜେନର ଅଭାବ ଯୋଗୁଁ ଅନେକ ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯେଉଁ କୋରୋନା ରୋଗୀମାନଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ କେଜ୍ରିୱାଲ ଘୋଷଣା କରିଛନ୍ତି ।
ଏହି ସହାୟତା ରାଶି କିପରି ଦିଆଯିବ ଏବଂ କେଉଁମାନଙ୍କୁ ଦିଆଯିବ ସେନେଇ ଦିଲ୍ଲା ସରକାର ଏକ 6 ଜଣିଆ ଡାକ୍ତର କମିଟି ଗଠନ କରିଛନ୍ତି । ଏହି କମିଟି ଲୋକଙ୍କ ଅସୁବିଧା ଓ ଅଭିଯୋଗ ସମ୍ପର୍କରେ ତଦାରଖ କରିବା ସହ ହସ୍ପିଟାଲଗୁଡିକରେ ଅକ୍ସିଜେନ ଠିକ୍ ଭାବେ ବ୍ୟବହାର କରାଯାଇଛି କି ନାହିଁ, ଅକ୍ସିଜେନ ଯୋଗାଣ ନିୟନ୍ତ୍ରିତ କରିବା ପାଇଁ କେଉଁସବୁ ପଦକ୍ଷେପ ନିଆଯାଇଛି, ତାହାର ଅନୁଧ୍ୟାନ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ