ETV Bharat / bharat

Delhi excise policy case: 20 ଯାଏଁ ନ୍ୟାୟିକ ହାଜତରେ ରହିବେ ସିସୋଦିଆ - ଦିଲ୍ଲୀ ରାଜନୀତି

ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଜେଲ୍‌ ଗଲେ ସିସୋଦିଆ । 20 ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ । ଅଧିକ ପଢନ୍ତୁ

20 ଯାଏ ଜେଲ ଗଲେ ସିସୋଦିଆ
20 ଯାଏ ଜେଲ ଗଲେ ସିସୋଦିଆ
author img

By

Published : Mar 6, 2023, 3:36 PM IST

ନୂଆଦିଲ୍ଲୀ: ଶେଷରେ ଜେଲ୍‌ ଗଲେ ମନୀଷ ସିସୋଦିଆ । ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦାଆଙ୍କୁ ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ଆଜି ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ ତାଙ୍କୁ ଚଳିତ ମାସ 20 ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଆଜି ସିସୋଦିଆଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ତାଙ୍କୁ ଜାମିନ ମିଳିନି । 20 ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ । ଗତମାସ 26 ତାରିଖରେ ତାଙ୍କୁ ଗିରଫ କରାଯିବା ପରେ 27ରେ କୋର୍ଟରେ ହାଜର କରିଥିଲା CBI । ମାର୍ଚ୍ଚ 4 ତାରିଖରେ ତାଙ୍କର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିଲା ।

ପରେ ସେ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ଆଉ ତିନି ଦିନ ରିମାଣ୍ଡ ଅବଧି ବଢାଇବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା ତଦନ୍ତକାରୀ ସଂସ୍ଥା । କୋର୍ଟ ମଧ୍ୟ ତାଙ୍କୁ 6 ତାରିଖ(ଆଜି) ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡକୁ ପଠାଇଥିଲେ । ଆଜି ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବାପରେ କୋର୍ଟରେ ହାଜର କରାଯାଇଥିଲା । ବେଲ୍‌ ଖାରଜ ହେବା ସହ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।

51 ବର୍ଷୀୟ ସିସୋଦିଆଙ୍କୁ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କ ବାସଭବନରେ ଚଢାଉ କରି ସାରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ହେଲେ ଚଳିତ ଥର ଫେବୃଆରୀ 26ରେ ତାଙ୍କୁ ସମନ ଜାରି କରି ଜେରା ପାଇଁ ଡାକିଥିଲା CBI ।

ଦୀର୍ଘ 8 ଘଣ୍ଟାର ଜେରା ପରେ ତାଙ୍କୁ ଏହି ମାମଲାରେ ପ୍ରମାଣ ନଷ୍ଟ କରିବା ଓ ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ ନକରିବା ପରି ଅଭିଯୋଗରେ ଗିରଫ କରିଥିଲା CBI । ଘଟଣାରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ 7 ଦିନ ଧରି ସିସୋଦିଆଙ୍କୁ ଜେରା କରିସାରିଛି । ଦିତ୍ବୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ 20 ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.