ETV Bharat / bharat

କେଜ୍ରିୱାଲଙ୍କ ଘୋଷଣା, କେନ୍ଦ୍ର ନଦେଲେ AAP ବାଣ୍ଟିବ ମାଗଣା ଟିକା

ପୁନର୍ବାର ମାଗଣା ଟିକା ବଣ୍ଟନ ନେଇ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

କେଜ୍ରିୱାଲଙ୍କ ଘୋଷଣା, କେନ୍ଦ୍ର ମାଗଣା ଟିକା ନ ଦେଲେ AAP ବାଣ୍ଟିବ ଫ୍ରି ଭ୍ୟାକ୍ସିନ

author img

By

Published : Jan 13, 2021, 5:10 PM IST

ନୂଆଦିଲ୍ଲୀ: ଦେଶରେ ଜାନୁଆରୀ 16ରୁ ଆରମ୍ଭ ହେବ କୋଭିଡ ଟିକାକରଣ ଅଭିଯାନ । ଏହାରି ମଧ୍ୟରେ ପୁନର୍ବାର ମାଗଣା ଟିକା ବଣ୍ଟନ ନେଇ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଯଦି କେନ୍ଦ୍ର ସରକାରଙ୍କ ଠାରୁ ଦିଲ୍ଲୀବାସୀଙ୍କୁ ଫ୍ରି ଭ୍ୟାକ୍ସିନ ନମିଳେ, ତାହେଲେ ଆମ ଆଦମୀ ପାର୍ଟି ସରକାର ନିଜ ଖର୍ଚ୍ଚରୁ ଦିଲ୍ଲୀର ଜନସାଧାରଣଙ୍କୁ ମାଗଣା ଟିକା ବଣ୍ଟନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ମୁଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛି ଯେ ଆମ ଦେଶରେ ଅନେକ ଗରିବ ରହିଛନ୍ତି । ଅନେକ ଏପରି ଅଛନ୍ତି ଯେଉଁମାନେ ନିଜ ଖର୍ଚ୍ଚ ଉଠାଇ ପାରିବେ ନାହିଁ । ଆମେ ଦେଖିବୁ କେନ୍ଦ୍ର ସରକାର କଣ କରୁଛନ୍ତି । ଯଦି କେନ୍ଦ୍ର ସରକାର ମାଗଣା ଟିକା ନ ଦିଅନ୍ତି, ତେବେ ଆବଶ୍ୟକସ୍ଥଳେ ଆମେ ଦିଲ୍ଲୀବାସୀଙ୍କୁ ଏହି ଟିକା ମାଗଣାରେ ଉପଲବ୍ଧ କରାଇବୁ ବୋଲି କହିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି, ମୁଁ ଖୁସି ଯେ ଜାନୁଆରୀ 16ରୁ ଦିଲ୍ଲୀରେ ଟିକାକରଣ ଆରମ୍ଭ ହେବ । ସର୍ବପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ ଏହି ଟିକା । ତେବେ କୌଣସି ଭ୍ରମ ସୃଷ୍ଟି ନ କରିବାରୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.