ETV Bharat / bharat

ପ୍ରଦୂଷଣ ଘେରରେ ଦିଲ୍ଲୀ, ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍

author img

By

Published : Oct 30, 2022, 9:10 AM IST

ଜାତୀୟ ରାଜଧାନୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ଉପରେ ରୋକ ଲଗାଇଲେ ସରକାର । ଅଧିକ ପଢନ୍ତୁ

ପ୍ରଦୂଷଣ ଘେରରେ ଦିଲ୍ଲୀ, ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍
ପ୍ରଦୂଷଣ ଘେରରେ ଦିଲ୍ଲୀ, ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ବିଷ ବଳୟରେ ଜାତୀୟ ରାଜଧାନୀ । ଦିଲ୍ଲୀ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିଲ୍ଲୀ ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଏହି ଉତ୍କଟ ପ୍ରଦୂଷଣ ମୁକାବିଲା ପାଇଁ ରାଜଧାନୀରେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ସରକାର(Restrictions on construction demolition activities in Delhi) । ବାୟୁ ଗୁଣବତ୍ତାରେ ସୁଧାର ଆଣିବାକୁ ଶନିବାର ବାୟୁ ମାନ ପରିଚାଳନା ଆୟୋଗ(CAQM) ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ବ୍ୟାନ୍ କରିଛନ୍ତି ।

ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । CAQMର ଗ୍ରେଡଡ୍ ରେସପନ୍ନ ଆକ୍ସନ ପ୍ଲାନ(GRAP)ର ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା ଅତି ଖରାପ ଶ୍ରେଣୀରୁ ଗମ୍ଭୀର ସ୍ଥିତିରେ ରହିବ । ଆସନ୍ତାକାଲିଠୁ ନଭେମ୍ବର ପହିଲା ଯାଏଁ ଏହାର ଗମ୍ଭୀର ସ୍ଥିତିରେ ରହିବ । ଏହାସହିତ ଆସନ୍ତା ୬ ଦିନ ଯାଏଁ ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଖରାପ ସ୍ଥିତିକୁ ଆସିବ । ଏନେଇ CAQM ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି ।

ସେହିପରି ଆସନ୍ତା ଦିନରେ ବାୟୁର ଗତି ସ୍ଥିର ରହିବ ଏବଂ କ୍ରମଶଃ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଥିବା CAQM କହିଛି । ପ୍ରଦୂଷଣ ହ୍ରାସ ପାଇଁ ଲୋକମାନଙ୍କୁ କେତେକ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି । ଦୀପାବଳି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଶନିବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୬୮ ରେକର୍ଡ କରାଯାଇଥିଲା । ନୋଏଡାରେ ୪୧୧ଓ ଗୁରୁଗ୍ରାମରେ ଏକ୍ୟୁଆଇ ୩୪୯ ରହିଥିଲା । ଏହାବ୍ୟତୀତ ଲୋଧି ରୋଡରେ ବାୟୁର ଗୁଣବତ୍ତା ୩୩୮, ମଥୁରା ରୋଡରେ ୩୮୦, ପୁଷା ରୋଡରେ ୩୭୫ ରେକର୍ଡ କରାଯାଇଥିଲା । ଦିଲ୍ଲୀରେ ବାୟୂ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ: ଜମ୍ମୁ କାଶ୍ମୀର କିସ୍ତୱାରରେ ଭୂସ୍ଖଳନ, ପୋଲିସକର୍ମୀଙ୍କ ସମେତ ୪ ମୃତ

ସରକାରୀ ଏଜେନ୍ସି ଅନୁଯାୟୀ, ଗୁଣବତ୍ତା ସୂଚକାଙ୍କ ୦-୫୦ ମଧ୍ୟରେ ରହିଲେ ଭଲ ବୋଲି କୁହାଯାଏ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିଚାର କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.