ETV Bharat / bharat

ଚୀନ ସହ ଯୁଦ୍ଧ ପାଇଁ ନେହେରୁଙ୍କୁ ସମାଲୋଚନା କରିବିନାହିଁ: ରାଜନାଥ ସିଂହ

author img

By

Published : Jul 24, 2022, 10:27 PM IST

୧୯୬୨ ଭାରତ-ଚୀନ ଯୁଦ୍ଧ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁ ଦାୟୀ ନୁହଁନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢ଼ନ୍ତୁ

୧୯୬୨ ଭାରତ ଚୀନ ଯୁଦ୍ଧ ପାଇଁ ନେହୁରୁ ଦାୟୀ ନୁହଁନ୍ତି: ରାଜନାଥ ସିଂହ

ଶ୍ରୀନଗର: ୧୯୬୨ ଭାରତ-ଚୀନ ଯୁଦ୍ଧ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କୁ ସମାଲୋଚନା କରିହେବ ନାହିଁ । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାରଗିଲ୍‌ ବିଜୟ ଉତ୍ସବର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଦେଶରେ କ୍ଷତି ବିଷୟରେ ଭାବିବା କୌଣସି ପ୍ରଧାନମନ୍ତ୍ରୀ କେବେ ବି ଭାବି ପାରିବେ ନାହିଁ ବୋଲି ସେ ମତ ରଖିଛନ୍ତି ।

ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜନାଥ । ସେଠାରୁ 1962 ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସମସ୍ତ ଯବାନଙ୍କ ସ୍ମୃତିଚାରଣ କରିଛନ୍ତି । ବିଜେପି ସହ ଜଡ଼ିତ ଥିବା ସତ୍ତ୍ବେ ସେ ଜବାହର ଲାଲ ନେହେରୁଙ୍କୁ ସମାଲୋଚନା କରିପାରିବେ ନାହିଁ ବୋଲି ନିଜ ମନ୍ତବ୍ୟରେ କହିଛନ୍ତି । ତେବେ ବର୍ତ୍ତମାନ ଯେ କେହି ବି ଶତୃ ଭାରତ ଉପରେ ଆଖି ପକାଇବ ତାହାର ଉଚିତ ଜବାବ ଭାରତୀୟ ସେନା ଦେବ ବୋଲି ରାଜନାଥ କହିଛନ୍ତି । ରାଜନାଥ ସିଂହ କହିଛନ୍ତି ଯେ, "1962ରେ ଭାରତ-ଚୀନ ଯୁଦ୍ଧ ଯୋଗୁଁ ଭାରତକୁ ଯେଉଁ କ୍ଷତି ହୋଇଥିଲା, ତାହାର ଭରଣା ଆଜି ଯାଏଁ ହୋଇ ପାରିନାହିଁ । ଏହାକୁ ଲୋକେ ଭଲଭାବେ ପରିଚିତ । କିନ୍ତୁ ଏଥିପାଇଁ କୌଣସି ପ୍ରଧାନମନ୍ତ୍ରୀ ଦାୟୀ ନୁହଁନ୍ତି । ମୁଁ ବ୍ୟକ୍ତିଗତ ଭାବରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଉପରେ କେବେ ପ୍ରଶ୍ନ ଉଠାଇ ପାରିବି ନାହିଁ ।"

କିନ୍ତୁ ଭାରତ ଏବେ ଆଉ ଦୁର୍ବଳ ଦେଶ ହୋଇ ନାହିଁ । ଆତ୍ମନିର୍ଭର ଭାରତ ଜରିଆରେ ଭାରତର ପ୍ରତିରକ୍ଷା ବାହିନୀ ମଜଭୁତ ହୋଇଛି । ଦେଶର ବିକାଶ ପାଇଁ ପ୍ରତିରକ୍ଷା ବାହିନୀ ସୁଦୃଢ଼ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.