ଚଣ୍ଡିଗଡ: ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତା ତଥା କୃଷକ ଆନ୍ଦୋଳନବେଳେ ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ଆଜି ସମ୍ପୃକ୍ତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଗିରଫ ଟ୍ରକ ଡ୍ରାଇଭରର ନାମ କାସିମ ବୋଲି ଜଣାପଡିଥିବା ବେଳେ ତାକୁ ଅଧିକ ପଚରା ଉଚୁରା କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ:- ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ସଡକ ଦୁର୍ଘଟଣାରେ ମୃତ
କୁଣ୍ଡଲି ମାନସର ପାଲୱାଲ ଏକ୍ସପ୍ରେସୱେରେ ସିଦ୍ଧୁଙ୍କ ଗାଡି ଓ ଏକ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ସାଧାରଣତନ୍ତ୍ର ଦିବସସରେ କୃଷକ ଆନ୍ଦୋଳନବେଳେ ଲାଲକିଲ୍ଲାରେ ହୋଇଥିବା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ସିଦ୍ଧୁ । ହିଂସା ପରେ ସିଦ୍ଧୁ ଫେରାର ହୋଇଯାଇଥିବା ବେଳେ ସେହିବର୍ଷ ଫେବୃଆରୀ 9 ତାରିଖରେ ହରିୟାଣାର କର୍ଣ୍ଣଲ ବାଇପାସ ନିକଟରୁ ତାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ