ETV Bharat / bharat

ଜାମିନରେ ଆସିଲା ଦୀପ ସିଦ୍ଧୁ, ଲାଲକିଲ୍ଲା ହିଂସା ଘଟଣାରେ ହୋଇଥିଲା ଗିରଫ

author img

By

Published : Apr 26, 2021, 12:24 PM IST

ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ କରିବା ସହ ହିଂସା ପାଇଁ ଉସକାଇବା ଘଟଣାରେ ଗିରଫ ହୋଇଥିବା ଦୀପ ସିଦ୍ଧୁକୁ ଜାମିନ ମିିଳିିଛି । ଅଧିକ ପଢନ୍ତୁ...

ଦୀପ ସିନ୍ଧୁକୁ ଜାମିନ
ଦୀପ ସିନ୍ଧୁକୁ ଜାମିନ

ନୂଆଦିଲ୍ଲୀ: ଲାଲକିଲ୍ଲା ହିଂସା ଘଟଣାରେ ଗରିଫ ଦୀପ ସିଦ୍ଧୁକୁ ଜାମିନ ମିଳିଛି । ଆଜି(ସୋମବାର) ଦୀପ ସିଦ୍ଧୁକୁ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଗତ ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ କରିବା ସହ ହିଂସା ପାଇଁ ଉସକାଇବା ଘଟଣାରେ ଗିରଫ ହୋଇଥିଲା ସିଦ୍ଧୁ ।

ତିସ ହଜାରୀ କୋର୍ଟ କହିଛନ୍ତି ଦୀପ ସିଦ୍ଧୁ ଗିରଫ ମାମଲାରେ ତାର ଜାମିନକୁ ନିଷ୍କ୍ରିୟ କରାଯିବାକୁ ଚେଷ୍ଟା କରାଯାଇଥିଲା । ଏପ୍ରିଲ 24ତାରିଖରେ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଗଜେନ୍ଦ୍ର ନାଗର ଏହି ରାୟ ସଂରକ୍ଷଣ କରିଥିଲେ । ଦୀପ ସିନ୍ଧୁ ପକ୍ଷରୁ ତାଙ୍କ ଓକିଲ ଅଭିଷେକ ଗୁପ୍ତା କହିଛନ୍ତି ଏଫଆଇଆରର କୌଣସି ବିଭାଗରେ ଆଜୀବନ ଦଣ୍ଡ କିମ୍ବା ଫାଶୀ ଦିଆଯିବାର ବ୍ୟବସ୍ଥା ନାହିଁ । ଧାରା 27 ସେତେବେଳ ପ୍ରୟୋଗ କରାଯାଏ ଯେତେବେଳେ କାହାର ମୃତ୍ୟୁ ହୁଏ । କିନ୍ତୁ ଏହି ଘଟଣାରେ ଏପରି କିଛି ବି ହୋଇନାହିଁ ବୋଲି କହିଛନ୍ତି ସିଦ୍ଧୁଙ୍କ ଓକିଲ । ଯଦି ପ୍ରଥମ ମାମଲାରେ ଜାମିନ ମିଳୁଛି ତେବେ ଏହି ମାମଲାରେ ବି ମିଳିବା ଉଚିତ । ଦୀପ ସିନ୍ଧୁଙ୍କୁ ଗିରଫ କରିବା ବେଆଇନ ।

ଶୁକ୍ରବାର ସିଦ୍ଧୁର ଜାମିନ ଆବେଦନ ଉପରେ କୋର୍ଟ ଦିଲ୍ଲୀ ପୋଲିସକୁ ଅଧିକ ଗୋଟିଏ ଦିନ ସମୟ ଦେଇଥିଲେ । ଏହା ପରେ ଆଜି ସିଦ୍ଧୁକୁ ଜାମିନ ମିଳିଛି । ଗତ ଏପ୍ରିଲ 19ରେ ଦୀପ ସିଦ୍ଧୁକୁ ପୋଲିସ ହେପାଜତକୁ ପଠାଯିବା ଦାବିକୁ କୋର୍ଟ ଅଗ୍ରାହ୍ୟ କରି 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.