ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ୧୨ ବର୍ଷର ନାବାଳକ

author img

By ETV Bharat Odisha Team

Published : Nov 2, 2023, 2:06 PM IST

୧୨ ବର୍ଷର ନାବାଳକର ଉନ୍ମତ୍ତ କାଣ୍ଡ । ଫୋନ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ଦେଲା ଧମକ । ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

କେରଳ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
କେରଳ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ହତ୍ୟା ଧମକ ମିଳିଛି । ଫୋନ୍‌ ଯୋଗେ ତାଙ୍କୁ ଏହି ଧମକ ଆସିଛି । ତେବେ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ଧମକ ଦେଇଥିବା ଦୁର୍ବୃତ୍ତ ଜଣେ ୧୨ ବର୍ଷର ନାବାଳକ । ଗତକାଲି(ବୁଧବାର) ସନ୍ଧ୍ୟାରେ ସେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଧମକପୂର୍ଣ୍ଣ କଲ୍ କରିଥିଲା । ଫୋନ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକାଇ ଥିଲା । ଏନେଇ ପୋଲିସ ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି । ଏହି ଧମକପୂର୍ଣ୍ଣ କଲ୍ ପଛରେ ଜଣେ ୧୨ ବର୍ଷର ନାବାଳକ ରହିଥିବା ଆଜି ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ରାଜ୍ୟ ପୋଲିସ ମୁଖ୍ୟାଳୟର କଣ୍ଟ୍ରୋଲ ରୁମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହାକୁ ଗମ୍ଭୀରତାର ସହ ନେଇଥିଲା ପୋଲିସ । କଲ୍ କରିଥିବା ଅଭିଯୁକ୍ତକୁ ଧରିବାକୁ ପୋଲିସ ଜୋରଦାର ଛାନଭିନ୍ ଚଳାଇ ଥିଲା । ଶେଷରେ ତଦନ୍ତରୁ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା । ମାତ୍ର ୧୨ ବର୍ଷର ନାବାଳକ ଏଭଳି ଧମକ ଦେଇଥିବା ପୋଲିସ ଜାଣିବାକୁ ପାଇଛି । ସେ ସପ୍ତମ ଶ୍ରେଣୀ ଛାତ୍ର ଏବଂ ଘର କୋଚି ଅଞ୍ଚଳରେ । ତେବେ କ'ଣ ପାଇଁ ପିଲାଟି ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଏହି ଘଟଣାରେ ସବୁ ଦିଗରୁ ତଦନ୍ତ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: BJP ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ, ଦିଲ୍ଲୀରେ ମାମଲା ରୁଜୁ

ଅନ୍ୟପଟେ ଏହି ଘଟଣାରେ କେରଳ ପୋଲିସ୍‌ ଆକ୍ଟର ସେକ୍ସନ ୧୧୮(b) (ପୋଲିସ, ଅଗ୍ନିଶମ ଏବଂ ଅନ୍ୟ ଜରୁରୀକାଳୀନ ସେବାକୁ ବିଭ୍ରାନ୍ତ କରିବା ପାଇଁ ଗୁଜବ ପ୍ରସାର), 120(o)ରେ (କଲ୍, ମେସେଜ ଜରିଆରେ କାହାକୁ ହଇରାଣ କରିବା) ଉକ୍ତ ଫୋନ୍‌ ନମ୍ବର ବିରୋଧରେ ମ୍ୟୁଜିୟମ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।

ତେବେ ଦେଶରେ ମୁଖ୍ୟମନ୍ତ୍ରୀ ତଥା ବଡ ବଡ ରାଜନେତା ଓ ସେଲିବ୍ରିଟିଙ୍କୁ ଏଭଳି ଢଙ୍ଗରେ ହତ୍ୟା ଧମକ ମିଳିବା କିଛି ନୂଆ ନୁହେଁ । କିଛି ଦିନ ତଳେ ବିଶିଷ୍ଟ ଶିଳ୍ପପତି ତଥା ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିଥିଲା । ମେଲ୍‌ରେ ତାଙ୍କୁ ହତ୍ୟା ପାଇଁ ଧମକପୂର୍ଣ୍ଣ ମେସେଜ୍‌ ଆସିଥିଲା । ତିନି ଦିନରେ ୩ ଥର ତାଙ୍କୁ ମେଲ୍ ଆସିଥିଲା । ଟଙ୍କା ନଦେଲେ ଅମ୍ବାନୀଙ୍କୁ ଗୁଳି କରାଯିବ ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.