ETV Bharat / bharat

5 ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ଜରିମାନା ସହ ଫାଶୀ ଦଣ୍ତାଦେଶ ଶୁଣାଇଲେ କୋର୍ଟ

author img

By ETV Bharat Odisha Team

Published : Nov 14, 2023, 10:22 PM IST

ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡ଼ିତା । କେରଳର ଅଲୁଭାରେ ଜଣେ 5ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଦୋଷୀକୁ ମୃତ୍ୟୁ ଦଣ୍ତାଦେଶ । କୋର୍ଟ ଅଭିଯୁକ୍ତକୁ ପୋକ୍ସୋ ଆକ୍ଟ, ଆଇପିସିର ବିଭିନ୍ନ ଧାରା ଏବଂ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ଅଧିନର 5ଟି ସେକ୍ସନ ଆଧାରରେ ଦଣ୍ତ ବିଧାନ କରାଯାଇଛି । ଅଧିକ ପଢ଼ନ୍ତୁ

ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା , ଦୋଷିକୁ ମୃତ୍ୟୁ ଦଣ୍ତ ଆଦେଶ

ଥିରୁଅନନ୍ତପୁରମ: ଶେଷରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତାଙ୍କ ପରିବାର ବର୍ଗ । କେରଳର ଅଲୁଭା ଅଞ୍ଚଳରେ ଜଣେ 5ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଦୋଷୀକୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତ ଅସଫାକ୍‌କୁ ପୋକ୍ସୋ ଆକ୍ଟ , ଆଇପିସିର ବିଭିନ୍ନ ଧାରା ଏବଂ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ଅଧିନର 5ଟି ସେକ୍ସସନ ଆଧାରରେ ଦଣ୍ତ ବିଧାନ କରାଯାଇଛି । ପୋକ୍ସୋ ଓ ଆଇପିସିର 5ଟି ଧାରା ଅନୁସାରେ ତାଙ୍କୁ ଆଜୀବନ କାରା ଦଣ୍ତରେ ଦଣ୍ତିତ କରାଯାଇଛି । କୋର୍ଟ ତାଙ୍କୁ ପ୍ରମାଣ ନଷ୍ଟ ଅପରାଧରେ 5 ବର୍ଷ, ନାବାଳିକାଙ୍କୁ ନିଶା ଦେବା ଅପରାଧରେ 3 ବର୍ଷ, ନାବାଳିକାକୁ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ତ ଏବଂ ଦୁଷ୍କର୍ମ ପରେ ହତ୍ୟା ପାଇଁ ଫାଶୀଦଣ୍ତର ଆଦେଶ ଦେଇଛନ୍ତି । ଏହା ଛଡ଼ା 770000 ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାଟି କେରଳ ରାଜ୍ୟର ଏର୍ଣ୍ଣାକୁଲମ୍ ଜିଲ୍ଲା ଅଲୁଭା ମ୍ୟୁନିସିପାଲଟିର । 25 ଜୁଲାଇ, ରାତି ପ୍ରାୟ 2ଟା ବେଳେ ଶିଶୁକନ୍ୟାକୁ ତାଙ୍କ ଘରୁ ଅପହରଣ କରି ଦୁଷ୍କର୍ମ କରାଯଇଥିଲା । ଦୁଷ୍କର୍ମ ପରେ ହତ୍ୟା କରି ସ୍ଥାନୀୟ ଅଞ୍ଚଳର ମାର୍କେଟ ପାଖ ଏକ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିଲା । ପରିବାର ଲୋକ ପଚରାଉଚରା ପରେ ଶିଶୁଟିର ମୃତଦେହ ପାଇଥିଲେ । ଶିଶୁଟିର ଅପହରଣ ବେଳେ କିଛି ସ୍ଥାନିୟ ବାସିନ୍ଦା ଦେଖିଥିବାର ସୂଚନା ମିଳିଛି । ଶିଶୁଟିର ପରିବାର ଛୋଟମୋଟ କାମ କରି ପରିବାର ପୋଷଣ କରିଆସୁଛନ୍ତି । ଘଟଣାର ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ ପରେ ଗଣଦୁଷ୍କର୍ମ

2 ସେପ୍ଟେମ୍ବରରେ କେରଳ ପୋଲିସର ସ୍ପେସିଆଲ ଇନଭେଷ୍ଟିଗେଟିଭ ଟିମ (SIT) ଅଭିଯୁକ୍ତ ବିରୁଦ୍ଧରେ 800 ପୃଷ୍ଟାର ର୍ଚାର ସିଟ୍ ପୋକ୍ସୋ( POCSO) କୋର୍ଟରେ ଦାଖଲ କରିଛନ୍ତି । 3 ମାସ ମଧ୍ୟରେ ତଦନ୍ତ ଓ ବିଚାର ଶେଷ ହୋଇଥିଲା । ପୋକ୍ସୋ( POCSO) କୋର୍ଟ ସେପ୍ଟେମ୍ବର ମାସ 7 ତାରିଖରୁ ଏହି ମାମଲାର ଶୁଣାନୀ ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ସେପ୍ଟେମ୍ବର 16ରେ ର୍ଚାଜ୍‌ ଫ୍ରେମ କରାଯାଇଥିଲା । ଅକ୍ଟୋବର 4ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶୁଣାଣି ଆରମ୍ଭ ହୋଇଥିଲା । ନଭମ୍ବର 4ରେ ସେ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି କୋର୍ଟ ଦଣ୍ତାଦେଶ ଘୋଷଣା କରିଛନ୍ତି ।

ବ୍ୟରୋ ରିପୋଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.