ETV Bharat / bharat

ମଧ୍ୟ ପ୍ରଦେଶରେ ବନ୍ୟା ବିତ୍ପାତ: ମୃତ୍ୟୁୁ ସଂଖ୍ୟା ୧୨କୁ ବୃଦ୍ଧି, ଜଳବନ୍ଦୀ ଏକାଧିକ ଗାଁ - ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ବନ୍ୟା ବିଭୀଷିକା । ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Death Count Reaches 12 In Madhya Pradesh Rain Fury, 23 Districts On Alert
MP FLOOD : ମୃତ୍ୟୁୁ ସଂଖ୍ୟା ୧୨କୁ ବୃଦ୍ଧି, ଜଳବନ୍ଧୀ ଏକାଧିକ ଗାଁ
author img

By

Published : Aug 6, 2021, 7:06 AM IST

ଭୋପାଳ: ମଧ୍ୟପ୍ରଦେଶରେ ବନ୍ୟା ବିଭୀଷିକା । ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏହାସହ ୨୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଗ୍ୱାଲିଅର ଏବଂ ଚାମ୍ବଲ ଡିଭିଜନରେ ବର୍ଷାର ପରିମାଣ କମିଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ରିଲିଫ କାର୍ଯ୍ୟ ଜାରି ରହିଛି । ରବିବାର ଠାରୁ ଏହି ଅଞ୍ଚଳରେ ବର୍ଷା ହେତୁ ଲୋକେ ଆତଙ୍କିତ ହୋଇପଡିଥିଲେ । ଏନେଇ ବିଭାଗୀୟ କମିଶନର ଆଶିଷ ସାକସେନା ସୂଚନା ଦେଇଛନ୍ତି ।

ଘରର କାନ୍ଥ ଭୁଶୁଡ଼ିବା କେତେକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟକେତେକ ଅସାବଧାନତା ହେତୁ ସେମାନଙ୍କ ଜୀବନ ଯାଇଛି । ବନ୍ୟାରେ ନଦୀରେ ଜଳର ପରିମାଣ ଦେଖିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିବା ବେଳେ ବନ୍ୟାଜଳ ମଧ୍ୟରେ ପୋଲ ପାର ହେଉଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଦିନ ଭିନ୍ଧିରେ ତିନି ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଅଧିକ ବନ୍ୟା ପ୍ରଭାବିତ ଅଞ୍ଚଳ ସୋପର ଓ ଦତିଆରେ ହେଲିକପ୍ଟର ଯୋଗେ ଖାଦ୍ୟ ପ୍ୟାକେଟ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଇଥିଲା । କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଗ୍ୱାଲିଅର ଏବଂ ଚାମ୍ବଲ ଡିଭିଜନରୁ ପ୍ରାୟ 30,790 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ପ୍ରାୟ 6,000 ଲୋକଙ୍କୁ 126 ରିଲିଫ କ୍ୟାମ୍ପରେ ରଖାଯାଇଛି ।

ସୋପୁର, ଡାଟିଆ , ଶିବାପୁରୀ , ମୋରେନା ଓ ଗୁନାରେ ମୋଟ 287 ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ଏହାସହ ଶୋପୁରରେ 15,000, ଡାଟିଆରେ 2,124, ଶିବପୁରୀରେ 672, ଗୁନାରେ 456 ଏବଂ ଅଶୋକ ନାଗରରେ 18,304 ଘର କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଗୁରୁବାର ଦିନ ଗ୍ୱାଲିଅର, ଡାଟିଆ ଏବଂ ଶିବପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।

ସେପଟେ, ରାଜଗଡ଼, ଶଜାପୁର, ଅଗ୍ର-ମାଲୱା, ମାଣ୍ଡସାଉର, ଗୁନା ଏବଂ ଅଶୋକ ନାଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରିଛି । ଶୋପୁର, ମୋରେନା, ଭଣ୍ଡ, ନେମୁଚ, ଶିବପୁରୀ, ଗ୍ୱାଲିଅର, ଡାଟିଆ, ବିଦ୍ୟା, ରାଇସେନ୍, ସେହୋର, ହୋଶଙ୍ଗାବାଦ, ଧର, ଦେୱାସ, ନରସିଂହପୁର, ଟିକାମଗଡ, ନିୱାରୀ ଏବଂ ସାଗର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଗତ 70 ବର୍ଷ ମଧ୍ୟରେ ରାଜ୍ୟ ଏଭଳି ବନ୍ୟା ସ୍ଥିତି ଦେଖିନଥିଲା । ବର୍ଷା ଦ୍ୱାରା ପ୍ରଭାବିତ ଗ୍ୱାଲିଅର୍-ଚାମ୍ବଲ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହି ଅଞ୍ଚଳର ରତନଗର ମାତା ମନ୍ଦିର ଏବଂ ସାଙ୍କୁଆ ନିକଟରେ ଥିବା ବ୍ରିଜ ବନ୍ୟାରେ ନଷ୍ଟ ହୋଇଯାଇଛି । ଯେଉଁଥିରେ ଏକାଧିକ ଲୋକେ ଫସି ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଏକ ବୈଠକରେ କହିଛନ୍ତି ।

ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟକୁ କେନ୍ଦ୍ର ଏକ ଦଳ ପଠାଇବ ବୋଲି ଶାହା କହିଛନ୍ତି । ଏହାସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଶିବରାଜଙ୍କ ସହ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.