ETV Bharat / bharat

ମଦ ବୋତଲରୁ ମିଳିଲା ମୃତ ବେଙ୍ଗ, ତାତିଲେ ଗ୍ରାହକ

author img

By

Published : Oct 25, 2022, 9:48 AM IST

ଛତିଶଗଡ଼ର କୋରବାରେ ଏକ ଦେଶୀ ମଦ ଦୋକାନରେ ସିଲ ହୋଇଥିବା ମଦ ବୋତଲରେ ମୃତ ବେଙ୍ଗ ପଡ଼ିଥିବା ଦେଖିବାକୁ ମିଳିଛି । ମଦର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଲେ ଜନସାଧାରଣ । ଅଧିକ ପଢ଼ନ୍ତୁ

dead frog found in wine bottle at korba mismanagement in desi liquor shop in Chhattisgarh
ମଦ ବୋତଲରୁ ମିଳିଲା ମୃତ ବେଙ୍ଗ, ଘଟଣାସ୍ଥଳରେ ଉତ୍ତେଜନା

ରାୟପୁର: ଛତିଶଗଡ଼ର କୋରବାରେ ଏକ ଅଜବ ଘଟଣା ଘଟିଛି । ସିଲ୍‌ ହୋଇଥିବା ଦେଶୀ ମଦ ବୋତଲରେ ମୃତ ବେଙ୍ଗ ଦେଖିବାକୁ ମିଳିଥିଲା । ଏନେଇ ମଦ ଦୋକାନ ମ୍ୟାନେଜର ଏବଂ ଗ୍ରାହକଙ୍କ ମଧ୍ୟରେ ଯୁକ୍ତି ତର୍କ ଦେଖିବାକୁ ମିଳିଥିଲା । ଯାହା ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଜଣେ ବ୍ୟକ୍ତି କୋରବା ସ୍ଥିତ ହରଦିବଜାରର ଏକ ଦେଶୀ ମଦ ଦୋକାନକୁ ଯାଇଥିଲେ । ସେଠାରୁ ଗୋଟିଏ ବୋତଲ ମଦ କିଣିଥିଲେ । କିନ୍ତୁ ସିଲ ହୋଇଥିବା ବୋତଲରେ ଏକ ମୃତ ବେଙ୍ଗ ଭାସୁଥିବାରୁ ଦେଖିବାକୁ ପାଇଥିଲେ ।

ଏହାପରେ ସେ ଫେରାଇବା ପାଇଁ ଦୋକାନକୁ ଯାଇ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ । ଆଖପାଖରେ ଥିବା ଲୋକେ ମଦ ବୋତଲ ଭିତରେ ମୃତ ବେଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଥିସହ ମଦର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାଦ୍ବାରା ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ମଦ ବିକ୍ରେତା ଅନ୍ୟ ଏକ ନୂତନ ବୋତଲ ଦେବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ପୁରୁଣା ଅବକାରୀ ନୀତିରେ ଦିଲ୍ଲୀରେ ଆରମ୍ଭ ହେଲା ମଦ ବିକ୍ରୀ

ଏନେଇ ମଦ ମ୍ୟାନେଜର ଜଣକ କହିଛନ୍ତି, "ଜଣେ ବ୍ୟକ୍ତି 3 କ୍ବାର୍ଟର ମଦ ବୋତଲ କିଣିଥିଲେ । ସେଥିରୁ ଗୋଟିଏ ବୋତଲରେ ମୃତ ବେଙ୍ଗ ପଡ଼ିଥିଲା । ଏହାକୁ ବଦଳାଇ ମୁଁ ଅନ୍ୟ ବୋତଲ ଦେଇଛି । ଯଦି ଆପଣ ପଚାରିବେ ମଦ ବୋତଲ ଭିତରେ ମୃତ ବେଙ୍ଗ କେଉଁଠୁ ଆସିଲା, ତାହା ମୁଁ ଜାଣିନାହିଁ ।" ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ମଦ ବୋତଲରେ ଅପଦ୍ରବ ପଡିଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.