ETV Bharat / bharat

Border Dispute: ବିସ୍ଫୋରକ ସ୍ଥିତିରେ ସୀମା ବିବାଦ, ଗାଡି ଭଙ୍ଗାରୁଜା ପରେ ବୋମାଇଙ୍କ ସହ କଥାହେଲେ ଫଡନାଭିସ

author img

By

Published : Dec 6, 2022, 9:33 PM IST

ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ତେଜୁଛି ସୀମା ବିବାଦ (Karnataka maharashtra border dispute)। ଆଜି ମହାରାଷ୍ଟ୍ରରୁ କର୍ଣ୍ଣାଟକ ଯାଉଥିବା ଗାଡିଗୁଡିକୁ ହୋଇଥିଲା ଆକ୍ରମଣ । ବୋମ୍ମାଇଙ୍କ ସହ କଥା ହେଲେ ଫଡନାଭିସ । ଅଧିକ ପଢନ୍ତୁ

Karnataka-Maharashtra Border Dispute: ତେଜୁଛି ବିବାଦ, ବୋମ୍ମାଇଙ୍କ ସହ କଥା ହେଲେ ଫଡନାଭିସ

ହାଇଦ୍ରାବାଦ: ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଜାରି ରହିଥିବା ସୀମା ବିବାଦ କ୍ରମଶଃ ଉଗ୍ର ହେବାରେ ଲାଗିଛି । ଆଜି ମହାରାଷ୍ଟ୍ରରୁ କର୍ଣ୍ଣାଟକ ସୀମାରେ ପ୍ରବେଶ କରୁଥିବା ଗାଡିଗୁଡିକୁ ପଥରମାଡ ହୋଇଛି (Karnataka maharashtra border dispute) । ଏପରିକି ମହାରାଷ୍ଟ୍ରରେ ମଧ୍ୟ କର୍ଣ୍ଣାଟକର କିଛି ଗାଡିକୁ କାଳି ବୋଳାଯାଇଛି । ଏହାରି ମଧ୍ୟରେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କ ସହ ଫୋନରେ କଥା ହୋଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବର୍ତ୍ତମାନ ସ୍ଥିତି ନେଇ ଆଲୋଚନା ହୋଇଛି । ଏପଟେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ପ୍ରେସମିଟ୍ କରି ଆମର ଧର୍ଯ୍ୟ ପରୀକ୍ଷା ନକର ବୋଲି ପରୋକ୍ଷରେ କର୍ଣ୍ଣାଟକକୁ ଚେତାବନୀ ଦେଇଛନ୍ତି ।

ଆଜି କର୍ଣ୍ଣାଟକ ସୀମାରେ ଏକାଧିକ ଟ୍ରକ ଉପରେ ପଥରମାଡ ଓ ଭଙ୍ଗାରୁଜା ହୋଇଥିଲା । ସ୍ଥିତି ପରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ଓ ବାଣିଜ୍ୟ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରୁ କର୍ଣ୍ଣାଟକରେ ପ୍ରବେଶ କରୁଥିବା ଗାଡିଗୁଡିକୁ ସୁରକ୍ଷା ଦେବା ପାଇଁ ଫଡନାଭିସ ବୋମ୍ମାଇଙ୍କୁ ନିବେଦନ କରିଛନ୍ତି ।

ଗତକାଲି କର୍ଣ୍ଣାଟକର ବେଲଗାଭୀ ଜିଲ୍ଲା ପ୍ରଶାସନ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀ ଓ ଜଣେ ସାଂସଦଙ୍କ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲା । ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ, ଶମ୍ଭୁରାଜ ଦେଶାଇ ଏବଂ ମହାରାଷ୍ଟ୍ର ସୀମା ନିର୍ଦ୍ଧାରଣ କମିଟିର ଅଧ୍ୟକ୍ଷ ତଥା ସାଂସଦ ଦାରିଶିଲା ମଣେଙ୍କ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ବାରଣ କରିଥିଲା । ସ୍ଥାନୀୟ ଜିଲ୍ଲାପାଳ ନୀତେଶ ପାଟିଲ (Belagavi DC issues order) କଟକଣା ଜାରି କରିଥିଲେ ।

ତେବେ ଦୁଇ ପଡୋଶୀ ରାଜ୍ୟ ଭିତରେ କିଛି ବର୍ଷ ହେବ ସୀମାକୁ ନେଇ ବିବାଦ ଲାଗି ରହିଛି । ଉତ୍ତର-କର୍ଣ୍ଣାଟକରେ ଥିବା ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ରରେ ମିଶାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ । ଯାହାକୁ ନେଇ କର୍ଣ୍ଣାଚକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ପ୍ରତିକ୍ରିୟାଶୀଳ ହେବା ସହ ଏହା ତାଙ୍କର ସ୍ବପ୍ନ ବୋଲି କହିଥିଲେ । ସେହିପରି ବେଲଗାଭୀକୁ ଛାଡି ଅନ୍ୟ କିଛି ସ୍ଥାନରେ ମଧ୍ୟ ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ଅଦାଲତର ଦ୍ବାରସ୍ଥ ହୋଇ ସାରିଛନ୍ତି । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ସୀମା ବିବାଦକୁ ନେଇ ଚିକ୍ତତା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.