ETV Bharat / bharat

କୋରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ DCGI ର ମଞ୍ଜୁରୀ

author img

By

Published : Jan 3, 2021, 11:14 AM IST

Updated : Jan 3, 2021, 12:31 PM IST

କୋରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ  DCGI ର ମଞ୍ଜୁରୀ
କୋରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ DCGI ର ମଞ୍ଜୁରୀ

11:11 January 03

ନୂଆଦିଲ୍ଲୀ: କୋରୋନା ଟିକାକୁ ନେଇ ଖୁସି ଖବର । ଭାରତ ବାୟୋଟେକ ଓ ସେରମ ଇନଷ୍ଟ୍ୟୁଟ ଦ୍ବାରା ପ୍ରସ୍ତୁତ 2ଟି କୋରୋନା ଟିକାକୁ DCGIର ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଟିକାର ଜରୁରୀ ବ୍ୟବହାର ପାଇଁ ସୁପାରିଶ କରିଥିଲା ଏସଇସି । ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଡ.ଭିଜି ସୋମାନି । ଡିସିଜିଆଇର ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେପଟେ,  ଭାରତର ଏହି ନିଷ୍ପତ୍ତି ଉପରେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ସ୍ବାଗତ କରିଛି ।

ସେପଟେ ଏହି ଦୁଇଟି ଟିକା 110 ପ୍ରତିଶତ ସୁରକ୍ଷିତ ବୋଲି ଭିିଜି ସୋମାନି କହିଛନ୍ତି । ପ୍ରତ୍ୟେକ ଟିକା ପାଇଁ ସାମାନ୍ୟ ଜ୍ବର, ଯନ୍ତ୍ରଣା ଏବଂ ଆଲର୍ଜି ପରି କେତେକ ପାର୍ଶ୍ବ ପ୍ରତିକ୍ରିୟା ଏକ ସାଧାରଣ ଅଟେ । ସାମାନ୍ୟ ସୁରକ୍ଷିତ ଟିକାକୁ କଦାପି ଅନୁମୋଦନ ଦିଆଯିବ ନାହିଁ  ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆର ଡ ଭି.ଜି ସୋମାନି କହିଛନ୍ତି ।

ଶନିବାର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ(ସିଡିଏସସିଓ) ର ବିଶେଷଜ୍ଞ ସମିତି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ କୋରୋନା ଟିକା ‘କୋଭାକ୍ସିନ’କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏହା ପୂର୍ବରୁ ଶୁକ୍ରବାର ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକା କୋରୋନା ଟିକା କୋଭିସିଲ୍ଡ କୁ ଜରୁରୀ ବ୍ୟବହାର ମଞ୍ଜୁର କରାଯାଇଥିଲା । ଡିସିଜିଆଇର ଅନୁମୋଦ ପରେ ଏବେ ଭାରତରେ କୋଭିଡ-19 ଉପଲବ୍ଧ ହେବ ।  

2 ଟି ଭ୍ୟାକ୍ସିନକୁ DCGI ର ମଞ୍ଜୁରି ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି କୋରୋନା ବିରୁଦ୍ଧରେ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଭ୍ୟାକ୍ସସିନ ମଞ୍ଜୁରି ମିଳିବା ଦେଶପାଇଁ ଗର୍ବର ବିଷୟ ଆଜି ଦେଶବାସୀଙ୍କ ପାଇଁ ଗର୍ବର ଦିନ କହିଲେ ପ୍ରଧାନମନ୍ତ୍ରୀ । ଶେଷରେ ସମସ୍ତ ବୈଜ୍ଞାନିକ ଓ ଉଦ୍ଭାବକଙ୍କୁ  ଧନ୍ୟବାଦ ଜଣାଇଲେ ମୋଦି ।

ଭାରତ ବାୟୋଟେକ ଓ ଏବଂ ଇଣ୍ଡିଆନ କାଉନସିମ ଅଫ ମେଡିକାଲ ରିସର୍ଚ୍ଚର ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । କୋଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁନେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରୁଛି । ଏହି ସଂସ୍ଥା କୋଭିସିଲ୍ଡର 5 କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଏହି ଦୁଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କୋରୋନା ଟିକାକରଣ ଆରମ୍ଭ ହେବ । 

ସୂଚନାଯୋଗ୍ୟ, ଜାନୁଆରୀ 2 ତାରିଖରେ ଦେଶବ୍ୟାପୀ କୋରୋନା ଟିକାର ଡ୍ରାଏ ରନ କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରାଏ ରନ କରାଯାଇଥିଲା । 116 ଟି ଜିଲ୍ଲାର 256 ଟି ସ୍ଥାନରେ କୋରୋନା ଟିକାର ଡ୍ରାଏ ରନ ଅନୁଷ୍ଠିତ ହୋଇଥିଲା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଫଳ ଟିକାର ଡ୍ରାଏ ରନ୍ ସଫଳ ହୋଇଛି ବୋଲି କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । 1 ଲକ୍ଷ 14 ହଜାର 100 ଭ୍ୟକ୍ସିନେଟରଙ୍କୁ  ପ୍ରଶିକ୍ଷଣ ମିଳିଛି । Co-Win ଆପ୍ ରେ ଏଯାବତ 75 ଲକ୍ଷ ଲୋକ ଟିକା ପାଇଁ କରିଛନ୍ତି ପଞ୍ଜିକରଣ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2021, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.